
ରାୟଗଡା,୨୬/୮,(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ରାମନାଗୁଡାବ୍ଲକ ଗୋସାଇଁ ଗୁଲୁମୁଣ୍ଡା ପଂଚାୟତ ଅଧିନ ରାମଗିରିଗ୍ରାମର ମହିଳା ସୁନିଲା ବିଡିକା ନିଜଘର ବାରିପଟର ତେନ୍ତୁଳିଗଛ ମୂଳେ କୌଣସି କାମରେ ବ୍ୟସ୍ତ ଥିଲେ,ଆଜି ଦିନ ୧.୩୦ସମୟରେ ପ୍ରବଳ ବର୍ଷା ଓ ଘଡଘଡ଼ି ହୋଇଥିଲା।ସେହି ସମୟର ବଜ୍ରାଘାତରେ ସୁନିଲା ଅଚେତ ହୋଇ ପଡିଯାଇଥିଲେ।ତାଙ୍କ ସ୍ୱାମୀ ଭାସ୍କର ବିଡିକା ତାକୁ ରାମନାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।ସେମାନଙ୍କ ର ୩ଟି ଛୋଟ ଛୋଟ ପିଲା ଅଛନ୍ତି।ରାମନାଗୁଡା ଫାଣ୍ଡି ଅଧିକାରୀ କୃତ୍ତିବାସ ହରିଚନ୍ଦନ ଘଟଣା ର ତଦନ୍ତ କରି ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।କେସ୍ ନଂ୧୬/୨୧ରେ ରୁଜ୍ଜୁ କରାଯାଇଥିବା ଓଆଇସି ପ୍ରକାଶ କରିଛନ୍ତି।ଅନାଥ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ରିପୋର୍ଟ : ସନ୍ତୋଷ ପଣ୍ଡା




