Saturday, October 10, 2026
Home ଆଞ୍ଚଳିକ ସୂଚନା ଅଧିକାର ଆଇନ୍ କୁ ବେଖାତିର

ସୂଚନା ଅଧିକାର ଆଇନ୍ କୁ ବେଖାତିର

23

ହାଟମୁନିଗୁଡା-୨୬-୮(ଜିଲ୍ଲା ଖବର):
ସୂଚନା ଅଧିକାର ୨୦୦୫ ଅନୁଯାୟୀ ସରକାର ବହୁବିଧି ଉଦ୍ଦେଶ୍ୟରେ କାର୍ଯ୍ୟ କାରି ନିନ୍ତେ ଓ ଜନସାଧାରଣ ମାନଙ୍କୁ ସେମାନଙ୍କର ମୈଳିକ ସୁବିଧା ଯୋଗାଇ ସରକାର କାର୍ଯ୍ୟ ରେ ଶ୍ବୋଛତାp ପ୍ରତି ପାଦନ ନିମନ୍ତେ ଉକ୍ତ ଆଇନ୍ ପ୍ରଣୟନ କରିଥିଲେ। ଏହାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ପ୍ରତେକ ଅନୁଦାନ ପ୍ରାପ୍ତ ସରକାରୀ ବେ ସରକାରୀ କାର୍ଯ୍ୟାଳୟ କୁ କଢା ନିର୍ଦ୍ଦେଶ ଦେଇଥିଲେ ଓ ନିଯୁକ୍ତି ଆୟୋଗଙ୍କ ଦ୍ଵାରା ଦଣ୍ଡାଦେଶ ବ୍ୟବସ୍ଥା ମଧ୍ୟ କରିଥିଲେ। ହେଲେ ଏପରିକି ସୂଚନା ଅଧିକାର ଆଇନ୍ କୁ ବେଖାତିର କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ରେ । ବିଷମକଟକ ବ୍କକ୍ ର ପ୍ରତେକ ଅଙ୍ଗନାବାଡି କେନ୍ଦ୍ର ମାନଙ୍କୁ ସରକାର ଙ୍କ ତରଫରୁ ଖେଳନା ସାମଗ୍ରୀ ଯୋଗାଇ ବା ପାଇଁ ଆଦେଶ ହୋଇଥିଲା। ମାତ୍ର ବିଷମକଟକ ବ୍କକ୍ ରେ କେତେକ ସ୍ଥାନରେ ଖେଳନା ସାମଗ୍ରୀ ବଣ୍ଟନ କରାଯାଇଛି ତାହା ମଧ୍ୟ ଅତି ନିମ୍ନ ମାନର ଅଭିଯୋଗ ଆସିବାପରେ ହାଟମୁନିଗୁଡା ଗ୍ରାମର ଜଣେ ବ୍ୟକ୍ତି ବିଷମକଟକ ବ୍କକ୍ ରେ ଖେଳନା ଦୁର୍ନୀତି ସମ୍ପର୍କରେ ସୂଚନା ଆରଟି ଆଇ ମାଧ୍ୟମରେ ଆବେଦନ କରିଥିଲେ ମାତ୍ର ସୂଚନା ମାଗିବା ସମୟ ଠାରୁ ମଧ୍ୟ ଅଧିକ ଦିନ ହୋଇ ଯାଇ ଥିବାବେଳେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରି ନାହାନ୍ତି। ଯେଉଁ ତଥ୍ୟ ମାନ ଆବେଦନ କରାଯାଇଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଦେଇଛନ୍ତି। ତେଣୁ ଏଠି ଆମ ସୂଚନା ଅଧିକାରୀ ଆଇନ୍ କୁ କିପରି ପାଳନ କରୁଛନ୍ତି ଆମ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ତେଣୁ ସୂଚନା ଅଧିକାର ଆଇନ୍ ର ଉପସ୍ଥିତ ଅଧିକାରୀ ଙ୍କୁ ଜନସାଧାରଣ ଙ୍କ ଅନୁରୋଧ ଯେ ଏହାର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ