Sunday, November 15, 2026
Home ଆଞ୍ଚଳିକ ୨ ଯୁବକ ଗିରଫ ୫୦ ଗ୍ରାମ ଧଳାଜହର ଜବତ

୨ ଯୁବକ ଗିରଫ ୫୦ ଗ୍ରାମ ଧଳାଜହର ଜବତ

58

ଜଟଣୀ,୨୬/୮,(ଜିଲ୍ଲା ଖବର): ତଳଖେତା ଇନଫୋଭ୍ୟାଲି ଛକ ଠାରେ ଜଟଣୀ ପୋଲିସ ଚଢ଼ାଉ କରି ୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ସାଗୁଆନ ବଗିଚାର ନରେନ୍ଦ୍ର ବେହେରା ଓରଫ ଟିକି ଏବଂ ଖୋର୍ଦ୍ଧା ସାମନ୍ତରାୟ ପୁର ଗ୍ରାମର ସଦାଶିବ ନାୟକ ଓରଫ ସିଲୁ । ତଳଖେତା ଇନଫୋଭ୍ୟାଲି ଛକରେ ଦୁଇ ଜଣ ଯୁବକ ଧଳାଜହର ବେପାର କରୁଥିବା ଜଟଣୀ ପୁଲିସ ଖବର ପାଇଥିଲା । ପୁଲିସ ଦଳ ତତ୍‌କ୍ଷଣାତ ସେଠାରେ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲା । ଏ ସମ୍ପର୍କରେ ଜଟଣୀ ଥାନାରେ ଏକ ଅବକାରୀ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରୁ ପୁଲିସ ୫୦ ଗ୍ରାମ ଧଳାଜହର ଏବଂ ନଗଦ ୩ ହଜାର ୨୮୦ ଟଙ୍କା ଓ ୩ଟି ମୋବାଇଲ ଜବତ କରିଥିବା ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କୁ ଜଟଣୀ ପୁଲିସ ବୁଧବାର କୋର୍ଟ ଚାଲାଣ କରାଯାଇଛି.
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର