Sunday, November 15, 2026
Home ଆଞ୍ଚଳିକ ଜଟଣୀ ବ୍ଲକ ଯାଁଳା ଗ୍ରାମ ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର...

ଜଟଣୀ ବ୍ଲକ ଯାଁଳା ଗ୍ରାମ ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନ

34

ଜଟଣୀ,୨୬/୮,(ଜିଲ୍ଲା ଖବର): ଜଟଣୀ ବ୍ଲକ ଯାଁଳା ଗ୍ରାମ ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନ ହୋଇଯାଇଛି। ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ମୋ ଗାଁ ମୋ ବିକାଶ ଯୋଜନାରେ ଜାଗୁଳେଇ ମନ୍ଦିର କମୁନିଟି ଗୃହ,ଗ୍ରାମେଶ୍ବର ମନ୍ଦିର କମୁନିଟି ଗୃହ, ଦକ୍ଷିଣ ମୁଣ୍ଡମୁହାଣ ମଣ୍ଡପ ଗୃହ ଉନ୍ନତି କରଣ, ମା ଯୋଗମାୟା କମ୍ୟୁନିଟି ଗୃହ,ଓ ରଘୁନାଥ ଦେବ କମ୍ୟୁନିଟି ଗୃହ ସହ ମନ୍ଦିର ମୁଖଶାଳା ଉଦ୍ଘାଟନ ହୋଇଯାଇଛି।ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ଭୁଷଣ ବଳବନ୍ତରାୟ ଯୋଗଦେଇ ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିଥିଲେ।ତାଙ୍କ ସହ ଜଟଣୀ ବ୍ଲକ ପୂର୍ବତନ ଚେୟାରମ୍ୟାନ ଦିପକ ଜେନା, ଜଟଣୀ ବ୍ଲକ ଭାଇସ ଚେୟାରମ୍ୟାନ ଅମିୟ ଦଳେଇ,ଯାଁଳା ପଞ୍ଚାୟତ ସମିତି ସଭ୍ୟ ନାଭିଦତ୍ୟ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ଜୋଯନା ବୋର୍ଡ ବରିଷ୍ଠ ସଭ୍ୟ ତଥା ବିଜେଡି ନେତା ପ୍ରଦିପ କୁମାର ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି କୋଷାଧ୍ୟକ୍ଷ ରାଜ କିଶୋର ସ୍ବାଇଁ,ଛତାବର ପୂର୍ବତନ ସମିତି ସଭ୍ୟ ସରୋଜ ନାଏକ,ପଧାନସାଇ ସମିତି ସଭ୍ୟ ଉପେନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବି ଜ୍ଞାନ ସେନାପତି, ରବିନାରାୟଣ ସାମନ୍ତରାୟ, ସ୍ଥାନୀୟ ଗାଁ ମୁରବି କାନନ ବାସୀ ସାମନ୍ତରାୟ ଓ ଦୁର୍ଗା ଚରଣ ମହାପାତ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର