
ଖୋର୍ଦ୍ଧା ,୨୬/୮,(ଜିଲ୍ଲା ଖବର):
ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା । ଗତ ବର୍ଷ ଦେଶରେ ପାଖା ପାଖି ୭ ମାସ ପର୍ଯ୍ୟନ୍ତ ଲକଡାଉନ କରଯାଇଥିଲା ।ଏହି ବର୍ଷ ଦେଶକୁ କରୋନାର ଦ୍ଵିତୀୟ ଲହର ଆସିଛି । ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ ଏହି ଦ୍ଵିତୀୟ ଲହର ପାଇଁ କେତେକ ରାଜ୍ୟରେ କରୋନା ସ୍ଥିତିକୁ ଲକଡାଉନ ଘୋଷଣା କରାଯାଇଛି । ବର୍ତ୍ତମାନ ତୃତୀୟ ଲହରକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶା ବାସୀଙ୍କୁ ସତର୍କ କରାଇଛନ୍ତି । କରୋନା ବିପଦ ବର୍ତ୍ତମାନ ପର୍ଯ୍ୟନ୍ତ ଦୂର ହୋଇ ନାହିଁ । ତୃତୀୟ ଲହର ଆମ ମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି । ଗତ କିଛି ମାସ ପୂର୍ବେ ବିଶେଷଜ୍ଞ ମାନେ ତୃତୀୟ ଲହର ପାଇଁ ସତର୍କ କରାଇ ଥିଲେ । ବିଶ୍ଵର କେତେକ ସ୍ଥାନରେ ତୃତୀୟ ଲହର ନିଜ କୋପ ବର୍ଷାଇଛି । ତେଣୁ ଏପରି ପରିସ୍ଥିତିରେ କୌଣସି ପ୍ରକାରର କୋଭିଡ ନିୟମରେ ଢିଲା ହେବ ଅତ୍ୟନ୍ତ ଗୁରୁତର ହୋଇପାରେ ।
ଏପର୍ଯ୍ୟନ୍ତ ଯୁଦ୍ଧ ସମାପ୍ତ ହୋଇନାହିଁ । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କରୋନା ମାମଲା ବୃଦ୍ଧିପାଉଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍ଲକ୍ ହେଉଛି । କରୋନା ଭୂତାଣୁ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


