
ବାଲିଗୁଡ଼ା,୨୪/୮,(ଜିଲ୍ଲା ଖବର);
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡ଼ି ଗ୍ରାମରେ ୩ଜଣ ଗଞ୍ଜେଇ ମାଫିଆ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ପୋଲିସ୍ ଖବର ପାଇ ଚଢ଼ାଉ କରି ୨୮୦କେଜି ଗଞ୍ଜେଇ ସହ ୩ ଜଣ କୁ ଗିରଫ କରିଛନ୍ତି । ଗିରଫ ୩ ଜଣ ହେଲେ ମହୁଲିଙ୍ଗିଆ ଗ୍ରାମର ନିଳାମ୍ବର କହଁର,ଭୃଙ୍ଗି ଯୋଡ଼ି ଗ୍ରାମର କଳଙ୍ଗ ଦିଗାଲ ଓ ଥୋମାସ ଦିଗାଲ । ଏମାନଙ୍କ ନାମରେ କେଶ ନମ୍ବର ୯୮/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ରାଓ ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



