
ଜଟଣୀ,୨୪/୮,(ଜିଲ୍ଲା ଖବର): ବଡ଼ନୂଆଗାଁରେ ପୋଲିସ ଚଢ଼ଉ କରି ୧୧ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ନଗଦ ୩୨ ହଜାର ୫୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ନନ୍ଦୁ ଓରଫ ଅଜୟ କୁମାର ନାୟକଙ୍କୁ ଜଟଣୀ ପୁଲିସ ଗିରଫ କରିଥିବା ସୂଚନା ଦେଇଛି । ବଡ଼ନୂଆଗାଁରେ ଜଣେ ଯୁବକ ବ୍ରାଉନସୁଗର ବିକ୍ରୀ କରୁଥିବା ଜଟଣୀ ପୋଲିସ ଖବର ପାଇଥିଲା ।ପୋଲିସ ଉପ ଆରକ୍ଷୀ ନିରୀକ୍ଷକ ସନ୍ତୋଷ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ତାକୁ କାବୁ କରି ନେଇଥିଲେ । ଏ ସମ୍ପର୍କରେ ଜଟଣୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି
। ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଏସଆଇ ପି.କେ.ନାୟକ ଘଟଣାର ତଦନ୍ତ କରୁଛନ୍ତି ।
ରିପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


