
ଶେରଗଡ,୨୪/୮(ଜିଲ୍ଲା ଖବର):
୫୪ହଜାର ଟଙ୍କା ସହ ଅଟୋ ଜବତ
ଶେରଗଡ଼ ତା ୨୪/୮/୨୧ ରିଖ ଚଳିତ ମାସ ୧୬ ତାରିଖ ଦିନ ଶେରଗଡ଼ ବିଜୁ ପଟ୍ଟନାୟକ ଛକ ଠାରୁ ଆସିକା ରୋଡ଼ ରେ ଏକ ଅଟୋ ରେ ଆସି ଟଙ୍କା ଲୁଟ ଘଟଣା ରେ ଶେରଗଡ଼ ପୁଲିସ କୁ ବଡ଼ ସଫଳତା ମିଳିଛି ଘଟଣା ରେ ରଞ୍ଜନ ପ୍ରଧାନ, ଅଟୋ ମାଲିକ ଶ୍ରୀରାମ ରାଉତ ଏବଂ ମିଥୁନ ପାତ୍ର ଙ୍କୁ ଗିରଫ କରାଯିବା ସହ ବ୍ୟବହାର ହୋଇଥିବା ଅଟୋ ସହ ୫୪ ହଜାର ଟଙ୍କା ଜବତ କରାଯାଇଥିବା ଆସିକା ଏସ. ଡି. ପି. ଓ଼ ଉମା ଶଙ୍କର ସିଂ ଏବଂ ଶେରଗଡ଼ ଥାନା ଅଧିକାରୀ ମମତା ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି ମିଳିଥିବା ସୂଚନା ପ୍ରଦାନ ପ୍ରକାରେ ଧବଳପୁର ଗାଁ ର ରଞ୍ଜନ ପ୍ରଧାନ ମୁନା ପାତ୍ର ଙ୍କ ନିକଟରେ ସୁନା ବନ୍ଧକ ରଖି ଟଙ୍କା ଧାର ନେଇଥିଲେ କିନ୍ତୁ ସୁଝି ନ ପରିବା ଯୋଗୁଁ ବାରସିଙ୍ଗି ଗାଁ ର ମହେଶ୍ୱର ଗୌଡ଼ ଙ୍କ ସହାୟତା ରେ ମୁନା ପାତ୍ର ଙ୍କ ଠାରୁ ସୁନା ବିକ୍ରି ନିମନ୍ତେ ଆଣି ଆସିକା ରେ ବିକ୍ରି କରିଥିଲେ ଏବଂ ୭୭ହଜାର ଟଙ୍କା ଆଣିଥିଲେ ସୁନା ବିକ୍ରି ର ତିନି ଦିନ ପରେ ରଞ୍ଜନ ମହେଶ୍ୱର ଙ୍କୁ ଟଙ୍କା ଦେବାକୁ ଏକ ଅନ୍ଧାରିଆ ସ୍ଥାନ କୁ ଡାକିଥିଲେ ଏବଂ ଟଙ୍କା ଦେଉ ଦେଉ ରଞ୍ଜନ ର ଦୁଇ ସହଯୋଗୀ ଏକ ଅଟୋରେ ରେ ଆସି ମହେଶ୍ୱର ଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ ନେଇ ଯାଇଥିଲେ ଘଟଣା ପରେ ମହେଶ୍ୱର ଶେରଗଡ଼ ଥାନା ରେ ଏତଲା ଦେଇଥିଲେ ମହେଶ୍ୱର ଙ୍କ ଅଭିଯୋଗ କୁ ଭିତ୍ତି କରି ଶେରଗଡ଼ ଥାନା କେଶ ନ ୧୬୧/୨୧ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରାଯିବା ସହ ଅଟୋ ଏବଂ ୫୪ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଶେରଗଡ ରୁ ଅଖିଳ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ




