Wednesday, November 11, 2026
Home ଆଞ୍ଚଳିକ ଆଜି ଅପରାହ୍ନ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ

ଆଜି ଅପରାହ୍ନ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ

37

ଖୋର୍ଦ୍ଧା,୨୪/୮,(ଜିଲ୍ଲା ଖବର) : ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଗ୍ରେଡ ସ୍ଥିର ହୋଇଥିବା ବେଳେ ଏ-୧ ଓ ଏ-୨ ଗ୍ରେଡ ପାଇଥିବା ପିଲାଙ୍କ ମାର୍କକୁ ପୁଣିଥରେ ଯାଞ୍ଚ କରାଯାଉଛି । ଅଫଲାଇନ ମାଟ୍ରିକ ପରୀକ୍ଷାରେ ଏଚଏସସି(ମାଟ୍ରିକ), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ଓ ମଧ୍ୟମାରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଏହି ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୦୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର ବିଭିନ୍ନ ବିଷୟରେ ପାଖାପାଖି ୩ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୧୨ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ .
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର