Tuesday, October 13, 2026
Home ଆଞ୍ଚଳିକ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡା ଙ୍କ ଶ୍ରାଦ୍ଧ ଦିବସ ପାଳନ

ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡା ଙ୍କ ଶ୍ରାଦ୍ଧ ଦିବସ ପାଳନ

9

ରାୟଗଡ଼, ୨୩/୦୮(ଜିଲ୍ଲା ଖବର):
ଶ୍ରମିକ ପ୍ରତାପ ଚନ୍ଦ୍ର ପଣ୍ଡା ଙ୍କ ଶ୍ରାଦ୍ଧ ଦିବସ ବହୁ ଆଡମ୍ବର ସହିତ ପାଳନ କରାଯାଇଛି
ରାୟଗଡ଼ ର ପ୍ରତାପ ପଣ୍ଡା ସ୍ମୃତି ସଂସଦ ଦ୍ଵାରା କୋବିଡ ର ସମସ୍ତ ନିୟମକୁ ପାଳନ କରି ରାୟଗଡ଼ ସ୍ଥିତ ଠକ୍କର ବାପା ଆଶ୍ରମ ଠାରେ ବହୁ ଆଡମ୍ବର ସହିତ ପାଳନ କରାଯାଇଛି।
ପ୍ରତାପ ପଣ୍ଡା ସ୍ମୃତି ସଂସଦ ର ଖଗେଶ୍ବର ସିଂ ଏବଂ ଶ୍ରୀମତୀ ଉଷାରାଣୀ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟାକ୍ରମରେ ଅତିଥି ଭାବେ ସରକାରୀ ଓକିଲ ତଥା ଜିଲ୍ଲା ର ଯୁବ ସଂଗଠକ ଶ୍ରୀ ବିନାୟକ କର , ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଏବଂ ଅଧ୍ୟାପକ ଶ୍ରୀ ସୁଧାଂଶୁ ଗନ୍ତାୟତ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ ଫଟୋ ଚିତ୍ର ରେ ପୂଷ୍ପ ଏବଂ ଦ୍ଵିପ ପ୍ରଜ୍ବଳନ କରି ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ସମୟ ମଧ୍ୟରେ ଦେଶ ରାଜ୍ୟ ର ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୂରି ସହ ସେମାନଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଥିଲେ ତାହା ଚିର ସ୍ମରଣୀୟ ।
ଓଡିଶାର ବରିଷ୍ଠ ଟାଣୁଆ ଶ୍ରମିକ ନେତା । ଓଡ଼ିଶାର ବର ପୁତ୍ର, ଆପଣଙ୍କର ବ୍ୟକ୍ତିତ୍ବ ଏବଂ ଅପାଙ୍କର ବକ୍ତବ୍ୟ ଅତି ମନଲୋଭା ଅତି ଉଚ୍ଚକୋଟିର , ସାରା ଭାରତ ବର୍ଷରେ ଆପଣଙ୍କର ନାମ ଥିଲା ସର୍ବଶୀର୍ଷରେ ଆପଣ ଥିଲେ ଆମ ସମସ୍ତଙ୍କ ପ୍ରିୟ ତଥା ପ୍ରେରଣାର ଉତ୍ସ । ସ୍ନେହ , ପ୍ରେମ ଓ ଭଲ ପାଇବାର ଅଭୂତ ସମନ୍ଵୟ । ଉଚ୍ଚକୋଟିର ବ୍ୟବହାର ,ଗଠନମୂଳକ ଏବଂ ସକାରାତ୍ମକ ବିଚାର , ଦୂରଦର୍ଶୀ ଚିନ୍ତାଧାରା , ସାମାଜିକ ଦାୟିତ୍ୱବୋଧ ଆପଣଙ୍କ ବ୍ୟକ୍ତିତ୍ୱର ଥିଲା ଅନନ୍ୟ ପରିଚୟ । ଆପଣଙ୍କ ହସ ହସ ମୁଖ ତଥା ସରଳ ଭାଷାରେ ପରକୁ ଆପଣାର କରିବାର ମନ୍ତ୍ରରେ ଆପଣ ହୋଇଥିଲେ ଅଭିମନ୍ତ୍ରିତ ।# ସାଧାରଣ ଜୀବନ ଶୈଳୀ ଓ ଉଚ୍ଚ ଚିନ୍ତାଧାରା # ଆପଣଙ୍କ ଜୀବନର ଥିଲା ଅନ୍ୟ ଏକ ନିଦର୍ଶନ ।ଆପଣଙ୍କ ପଦଚିହ୍ନ ଏବେବି ଆପଣଙ୍କ ଶୃଙ୍ଖଳାଗତ କାର୍ଯ୍ୟଶୈଳୀରେ ସ୍ପଷ୍ଟ ଅନୁମେୟ ହୁଏ । ଆପଣ ସ୍ୱର୍ଗରେ ଥାଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଆଜି ଶ୍ରୀ ପଣ୍ଡାଙ୍କ 10ମ ଶ୍ରାଦ୍ଧ ବାର୍ଷିକ ରେ ଆପଣକଂ ଚରଣରେ କୋଟି କୋଟି ପ୍ରଣାମ କରୁଛି ବୋଲି ପ୍ରକାଶ କରିଛନ୍ତି। ପ୍ରଦ୍ଵିପ ପ୍ରଜ୍ବଳନ ପରେ ଶ୍ରମିକ ମାନଙ୍କ ଦ୍ଵାରା ଶ୍ରମିକ ଗୀତ ଗାନ କରାଯାଇଥିଲା ଶେଷରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ର ତଥା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ଉପସ୍ଥିତ ସମସ୍ତ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଅମର ଜେନା , ଘାସିରାମ ଜୟ ସିଂ , ପ୍ରଲୟ ସାହୁ , କସ୍ତୁରୀ ନାୟକ , ଆନନ୍ଦ ରାଉଳ , ରବି ଗୈଡ, ମନୋରମା ବେନିୟା , ପଦ୍ମିନୀ ପଡିଆରି ,
ଗୈାରୀ ନାୟକ , ପରିଚାଳନା କରିଥିଲେ ଏହି ଅବସରରେ ରାୟଗଡ଼ ସ୍ଥିତ ବୃଦ୍ଧ ଆଶ୍ରମ ଠାରେ ଆଶ୍ରୟ ନେଇଥିବା ସମସ୍ତଙ୍କୁ ଭୋଜନ ବ୍ୟବସ୍ଥା କରାଯାଇଥିଲା
ଏହି ପରିପ୍ରେକ୍ଷୀରେ ଜେ କେ ପୁର ର ଜେକେ ପେପର ମଜଦୂର ସଂଘ ର ଆରକେ ସ୍ଵାଇଁ, କେ ଜଗନ୍ନାଥ ରାଓ , ଏନ୍ . ସତ୍ୟମଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜେକେପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି ଏଥିରେ ଜେକେପେପର ମଜଦୁର ସଂଘ ର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ।

ରିପୋର୍ଟ : ପ୍ରସନ୍ନ।ପଣ୍ଡା