
ବାଲିଗୁଡ଼ା, ୨୩/୮(ଜିଲ୍ଲା ଖବର):
ଜଙ୍ଗଲ ଓ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗତକାଲି ବିଜେଡି କାର୍ଯ୍ୟଳୟ ରେ ପହଂଚି ଦଳୀୟ କର୍ମୀ ଙ୍କ ସହିତ ସଂଗଠନ ସମ୍ପର୍କ ରେ ଆଲୋଚନା କରିଛନ୍ତି | ମନ୍ତ୍ରୀ ଆରୁଖ କଳାହାଣ୍ଡି ଗସ୍ତ ରେ ଯିବା ସମୟ ରେ ବାଲିଗୁଡା ବିଜେଡି କାର୍ଯ୍ୟଳୟ ରେ ପହଂଚି ବିଜେଡି ର କର୍ମୀ ମାନଙ୍କ ସହିତ ଦଳୀୟ ସଙ୍ଘଠନ ସମ୍ପର୍କ ରେ ଆଲୋଚନା କରି ଦଳ କୁ ମଜବୁତ ପାଇଁ ନେତୃବୃନ୍ଦ ସହ ଆଲୋଚନା କରିଥିଲେ |ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଯୁବ କର୍ମୀ ଅବନୀ କାନ୍ତ ନାୟକ, ଏମଡି ସୋନୁ, ବରଦା ମିଶ୍ର,ଏମଡି ସାବେଜ, ଦିଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା |
ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ



