
ରାୟଗଡା–୨୩–୮(ଜିଲ୍ଲା ଖବର):
ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର ଅଧି କ୍ଷକ ପ୍ରସନ କୁମାର ନାୟକଙ୍କୁ ରାଜ ନୈତିକ ନେତା ମାନେ ସୁରକ୍ଷା ଦେଉଥିବା ଅଭିଯୋଗ ଆସୁଛି। ଲାଞ୍ଚ ମାଗିବା ନେଇ ଭିଡିଓ ରେ ଅବକାରୀ ଅଧିକ୍ଷକ ନାୟକଙ୍କ ଭୂମିକା ଦର୍ପଣ ଭଲି ସୋଷ୍ଟ ଦେଖା ଯାଉଥିବା ବେଳେ ଅବକାରୀ ମନ୍ତ୍ରଣାଳୟ ନୀରବ କାହିଁକି?? ଦୁର୍ନୀତି ସମ୍ପର୍କରେ ଏହିପରି ଘଟଣା ରାୟଗଡ଼ା ଜିଲ୍ଲା ରେ ବାରମ୍ବାର ଘଟୁଥିଲେ ମଧ୍ୟ କୈଣସି ସମ୍ପର୍କରେ ତଦନ୍ତ ନ କରି ଘଟଣା କୁ ଚପାଇବା ପାଇଁ ଉଦ୍ୟମ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି।ଗୁଣୁପୁର ର ଏକ ହୋଟେଲ ରୁମ୍ ଭିତରେ କନେଷ୍ଟବଳ ସୁଶାନ୍ତ କୁମାର ପାତ୍ର ଏବଂ ସୁପରଟେ ଣ୍ଡେଣ୍ଡଙ୍କ କଳାକାର ନାମା ଭିଡିଓ ଭାଇରଲ ହେବାପରେ ଏହି ଖବର କୁ ବିଭିନ୍ନ ଗଣମାଧ୍ୟମ ଗୁରୁତ୍ୱ ର ସହ ଗ୍ରହଣ କରି ଖବର ପ୍ରକାଶ କରିଥିଲେ।ପରେ ଅବକାରୀ ବିଭାଗ ସୁଶାନ୍ତ କୁ କାର୍ଯ୍ୟ ରୁ ନିଲମ୍ବନ କରିଥିଲେ।ସରକାରଙ୍କ ନଜରକୁ ଦଶ ଦିନରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗ ଅଧିକ୍ଷକ ସୁରକ୍ଷିତ ଭାବେ ନିଜ ଚୈକିରେ କିପରି ଭାବରେ ବସିଛନ୍ତି।ତାହା ଏବେ ରାୟଗଡ଼ା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏହି ବଡ ବଡିଆ ବାବୁଙ୍କୁ ସୁରକ୍ଷା ଦେଉଛି କିଏ। କଣ କରୁଛନ୍ତି ଆମ ରାଜ୍ୟ ସରକାର ଏବଂ କଣ କରୁଛନ୍ତି ଆମ ଅବକାରୀ କମିଶନ ର। ଏବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ପ୍ରୋମୋସନ କରୁଛନ୍ତି ଶ୍ରୀ ନାୟକଙ୍କୁ । ତାହା ଦେଖି ବାକୁ ଏବେ ବାକି ରହିଲା ।
ରିପୋର୍ଟ : ପ୍ରସନ୍ନ ପଣ୍ଡା



