Monday, October 12, 2026
Home ଆଞ୍ଚଳିକ ନିଆରା ଢଙ୍ଗରେ ରାଖୀ ପୂନେଇ ପାଳନ କରିଲେ ରାୟଗଡା ବାସୀ

ନିଆରା ଢଙ୍ଗରେ ରାଖୀ ପୂନେଇ ପାଳନ କରିଲେ ରାୟଗଡା ବାସୀ

12

ରାୟଗଡା-୨୩–୮(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ସ୍ଥିତ ହାଉସିଂବୋର୍ଡ କଲୋନୀ ରେ ଏକ ନିଆରା ଢଙ୍ଗରେ ନୂତନ ବାର୍ତ୍ତା ସମାଜକୁ ଦେଇ ରାକ୍ଷୀପୂର୍ଣିମା ପାଳନ ହେଲା. ଶ୍ରୀ ରାଜେଶ ପାଣିଗ୍ରାହୀ ଯିଏ ଜଣେ ସ୍ବେଛାସେବୀ ତତ୍ସହିତ ଭାରତୀୟ ଜନତା ପାର୍ଟିର ନଗର ଯୁବମୋର୍ଚ୍ଚା ସଭାପତି ଙ୍କ ନେତୃତ୍ୱରେ ଏବଂ ହାଉସିଂବୋର୍ଡ ସ୍ଥିତ ସମସ୍ତ ଯୁବକ ମାନଙ୍କ ସହଯୋଗରେ କମ୍ୟୁନିଟି ହଲ ରେ କିନ୍ନର ଭଉଣୀ ମାନଙ୍କୁ ନିମନ୍ତ୍ରଣ ଦେଇ ରାକ୍ଷୀପୂର୍ଣିମା ପାଳନ ହେଲା.ସମାଜରେ କିପରି ଭାଇଚାରା ଏବଂ ସ୍ନେହର ବାତାବରଣ ରହିବ ତାହାହିଁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଦୀପକ ରାଉତ (ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ଭାରତୀ କ୍ଷେତ୍ରର ପଶ୍ଚିମପ୍ରାନ୍ତ ପ୍ରମୁଖ), ଭାରତୀୟ ମଜଦୁର ସଙ୍ଘର ଶ୍ରୀ ଅରୁଣ କୁମାର ଲେଙ୍କା,ରାୟଗଡା ନଗର ର ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ବାର୍ତ୍ତା ରଖିଥିଲେ.
ରିପୋର୍ଟ : ପ୍ରସନ୍ନ ପଣ୍ଡା