Monday, October 12, 2026
Home ଆଞ୍ଚଳିକ ଆମାଜନ୍ ରେ ବିକ୍ରି ନିମନ୍ତେ ପ୍ରସ୍ତୁତି ହେଉଛି ନିୟମଗିରି ଝାଡୁ l ରାଜ୍ୟ ତଥା ରାଜ୍ୟ...

ଆମାଜନ୍ ରେ ବିକ୍ରି ନିମନ୍ତେ ପ୍ରସ୍ତୁତି ହେଉଛି ନିୟମଗିରି ଝାଡୁ l ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ଚାହିଦା

13

ରାୟଗଡ଼ା ଜିଲ୍ଲା ,୨୩/୮,(ଜିଲ୍ଲା ଖବର) :
ବିଷମକଟକ ବ୍କକ୍ ନିୟମଗିରିର କପଡାଗୁନ୍ଦା ସାଲ୍ ସ୍ବତନ୍ତ୍ର ପରିଚୟ ହାସଲ କରିସାରିବା ପରେ ଏବେ ଏହିଅଞ୍ଚଳର ଝାଡୁ ଏବେ ଦ୍ବିତୀୟ ସାମଗ୍ରୀ ଭାବେ ବଜାରକୁ ପ୍ରବେଶ କରିବାକୁ ଯାଉଛି l ଅନଲାଇନ୍ ବିକ୍ରି ନିମନ୍ତେ ଚାଲିଛି ପ୍ରସ୍ତୁତି l
ତିଆରି ଚାଲିଛି ଭଳିକି ଭଳି ରଙ୍ଗବେରଙ୍ଗର ଝାଡୁ I ଦେଖିବାକୁ ଯେମିତି ସୁନ୍ଦର , ବ୍ୟବହାର କରିବା ନିମନ୍ତେ ମଧ୍ୟ ବେଶ ଉପଯୋଗି I କପଡାଗୁନ୍ଦା ସାଲ୍ ପରେ ନିୟମଗିରି ର ଝାଡୁ ଏବେ ଦ୍ବିତୀୟ ସାମଗ୍ରୀଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିବାକୁ ଯାଉଛି I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରି ର ଡଙ୍ଗରିଆ ଜନଜାତିଙ୍କ ହାତରୁ ନିର୍ମାଣ କରାଯାଉଥିବା କପଡାଗୁନ୍ଦା ସାଲ୍ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିସାରିଛି ପରେ ଏବ ଆଶିଛି ଏହି ଅଞ୍ଚଳର ଝାଡୁ I ବିଷମକଟକ ଦକ୍ଷ୍ୟତା ତାଲିମ କେନ୍ଦ୍ରରେ ଜରସର ରେ ଚାଲିଛି ଝାଡୁ ପ୍ରସ୍ତୁତି କାର୍ଯ୍ୟ I ଆଗକୁ ରାଜ୍ୟ ତଥା ରାଜ୍ୟ ବାହରେ ବକ୍ରିହେବା ସହ ଆମାଜନ୍ ରେ ବିକ୍ରି ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖାଯାଇଛି I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ବ୍ୟବସାୟ ଗୋଷ୍ଠୀର ଡଙ୍ଗରିଆ କନ୍ଦଙ୍କ ଠାରୁ କିଣାହେଉଛି ଏହି ଝାଡୁ I ଏହାକୁ ଆଣିଲା ପରେ ଉନ୍ନତମାନର ଝାଡୁ ପ୍ରସ୍ତୁତି ନିମନ୍ତେ କଲିକତାର କିଛି କାରିଗରଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟଜିତ କରାଯାଇଛି I କାରିଗରମାନେ ମହିଳାମାନଙ୍କୁ ତାଲିମ ଦେଉଛନ୍ତି I ବିଷମକଟକ ଅଞ୍ଚଳର କେତେକ ସ୍ବୟଂ ସହାୟକ ଗୋଷ୍ଚିର ମହିଳାମାନେ ମଧ୍ୟ ଏଠାରେ ଝାଡୁ ପ୍ରସ୍ତୁତ ନିମମ୍ତେ ଜରସର୍ ରେ ତାଲିମ ନେଉଛନ୍ତି I ମହିଳାମାନେ ତାଲିମ ସମାପ୍ତ ପରେ ନିଜେ ଝାଡୁ ପ୍ରସ୍ତୁତ କରି ଦୁଇପଇସା ରୋଜଗାର କରିବୁ ବୋଲି ଆଶା ମଧ୍ୟ ରଖିଛନ୍ତି I
ଏଠାରେ ତିନି ପ୍ରକାର ଝାଡୁ ପ୍ରସ୍ତୁତି ଚାଲିଛି ଷ୍ଟିଲପାଇପ୍ ଝାଡୁ , ପ୍ଲାଷ୍ଟିକ ପାଇପ ଝାଡୁ ଏବଂ ,କମ୍ପୁଟର ଝାଡୁ I ତିଆରି କାର୍ଯ୍ୟରେ ମହିଳାମାନେ ମଧ୍ୟ ତାଲିମ ନେଉଛନ୍ତି ଆଉ ଅଳ୍ପ ଦିନମଧ୍ୟରେ ସଂମ୍ପୂର୍ଣ ମାତ୍ରାରେ ଶିକ୍ଷିଯିବେ I ସବୁଠାରୁ ବଡକଥା ନିୟମଗୁରିରୁ ଆଶୁଥିବା ଝାଡୁ ସବୁଠାରୁ ଭଲଝାଡୁ ବୋଲି କହିଛନ୍ତି କଲିକତାରୁ ଆସିଥିବା କାରିଗର I
ସେପଟେ ଝାଡୁ ପ୍ରସ୍ତୁତି କାର୍ଯ୍ୟ ପ୍ଲାଷ୍ଚିକ କଭର ଓ ଏବଂ ଷ୍ଚିଲ୍ ପାଇପ ଦେଇ ସୁନ୍ଦର ଭାବେ ପ୍ରସ୍ତୁତି କରାଯାଉଛି I ଓରମାସ୍ ଓ ଓଡିଶା ଜୀବିକା ମିଶନର ତତ୍ବାବଧାନରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ନିୟମଗିରିର ଡଙ୍ଗରିଆ ମହିଳାମାନଙ୍କ ଠାରୁ ଏହିଝାଡୁ କ୍ରୟ କରାଯାଉଛି I ସେମାନେ ଆଗରେ ବାହାର ବ୍ୟବସାୟୀ ପାଖରେ କମ୍ ଦରରେ ବିକ୍ରି କରିଦେଉଥିଲେ ବର୍ତ୍ତମାନ ଆମେ ଉଚିତ ଦରରେ ଆମେ କ୍ରୟ କରୁଛୁ I ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ପରେ ଆଗକୁ ପଡୋଶୀ ରାଜ୍ୟମାନଙ୍କୁ ପଠାଯିବା ସହ ଅନଲାଇନରେ ବିକ୍ରି ନିମନ୍ତେ ଇ- କମର୍ସ କମ୍ପାନି ଆମାଜନ ସହ ମଧ୍ୟ ଚୁକ୍ତି ହୋଇସାରିଛି ବୋଲି କହିଛନ୍ତି ଜୀବିକା ମିଶନ କର୍ମଚାରୀ।
ରିପୋର୍ଟ : ପ୍ରସନ୍ନ ପଣ୍ଡା

|