
ବାଲିଗୁଡ଼ା,୨୩/୮,(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ହିନ୍ଦୁ ପରିଷଦ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ସପ୍ତାହ ଶେଷ ଦିନ ଓ ପବିତ୍ର ରକ୍ଷା ବନ୍ଧନ ଅବସରରେ ଗରିବ ଲୋକ ଓ ଜରା ନିବାସ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ର ଦକ୍ଷିଣାଞଳ ସମ୍ପାଦକ ବିଶ୍ୱନାଥ ପାତ୍ର, ରାଷ୍ଟ୍ରୀୟ ବଜରଙ୍ଗ ଦଳ କନ୍ଧମାଳ ସଂଯୋଜକ ସଂଗ୍ରାମ ପଣ୍ଡା,ଟୂବୁକା ମହାପାତ୍ର, ଜଗନ୍ନାଥ ବିଷୋୟ ପ୍ରମୁଖ ସାମିଲ ଥିଲେ | ଗରିବ ଲୋକଙ୍କୁ ଲୁଗା, ଚାଉଳ,ଡାଲି ପନିପରିବା ଆଦି ପ୍ରଦାନ କରିଥିଲେ ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ




