
୨୨/୮,(ଜିଲ୍ଲା ଖବର):
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଶେଷଖାଲ ଥାନା ଅଧିନସ୍ଥ ଵଡହଂସା ରାଜିପୁର ଘାଟି ଠାରେ ଆଜି ସକାଳ ୫:୩୦ଏକ ମାଲ ବୋଝେଇ ଟକ୍ର CG04MM0826 ରାଇପୁର ରୁ ବିଶାଖାପାଟଣା ଯାଉ ଥିବା ସମୟ ରେ ଜଣେ ବୋଲ ବମ ଭକ୍ତ ଶିବ ଆଚାର୍ଯ୍ୟ (35) ନିଜ ମୋଟର ସାଇକେଲ OD18A2915 ଯୋଗେ ଆଜି ଶ୍ରାବଣ ମାସ ଶେଷ ପାଇଁ ଜେମାଦେଇ ପେଣ୍ଠ ରେ ଥିବା ଶିବ ମନ୍ଦିର କୁ ଦର୍ଶନ କରିବା ପାଇଁ ଯାଉଥିବା ସମୟ ରେ ମୁହାଁ ମୁହିଁ ଧକ୍କା ହୋଇ ମୃତ୍ୟୁ ବରଣ କରିଛନ୍ତି. ଘଟଣା ସ୍ଥଳ ରେ ଶେଷଖାଲ ଥାନା ଅଧିକ୍ଷକ ଶ୍ରୀ ଦେବ ମଲ୍ଲିକ ଙ୍କ ନେତୃତ୍ୱ ରେ ଏକ ଟିମ ପହଂଚି ମୃତ ଦେହ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାୟଗଡା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିଲେ. ବିଶେଷ ସୂତ୍ର ରୁ ଜଣାପଡିଛି ଯେ ମୃତ ଜଣକ ରାୟଗଡା ରାଣୀଗୁଡା ଫାର୍ମ ର ବାସିନ୍ଦା ।
ରିପୋର୍ଟ : ପ୍ରସନ ପଣ୍ଡା



