
ଶେରଗଡ଼,୨୨/୦୮(ଜ଼ିଲ୍ଲା ଖବର ):
ଆଜି ଶେରଗଡ଼ ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି , ସୂଚନା ଅନୁସାରେ ଗତ ମାସ ତା ୧୭/୦୭/୨୦୨୧ ରିଖ ସକାଳ ୮ ଘଣ୍ଟ ସମୟରେ ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର ପ୍ରମୋଦ ଚନ୍ଦ୍ର ପଣ୍ଡା(୪୦), ସ୍ତ୍ରୀ ରିଙ୍କି ପଣ୍ଡା(୩୧),ଦୁଇ ଝିଅ ଗିରିଜା ଓ ଅଙ୍କିତାଙ୍କ ସହ କରଡକଣା ଅଭିମୁଖେ ଏକ ଏକ୍ସଲ ନମ୍ବର ଓଆର ୦୭ ଭି ୯୫୩୭ ଯୋଗେ ଯାଉଥିବାବେଳେ ହରିକୃଷ୍ଣପୁର ଠାରେ ହଠାତ ଗୋଟିଏ ବାଇକ ରେ ଦୁଇ ଜଣ ଅଜଣା ଯୁବକ ଆସି ରିଙ୍କି ପଣ୍ଡାଙ୍କ ବେକରୁ ଗୋଟିଏ ବାଙ୍କପାତ୍ରୀ ଛଡାଇ ନେଇ ଚାଲିଯାଇଥିଲେ । ଯାହାଫଳରେ ପେମୋଦ ଚନ୍ଦ୍ର ପଣ୍ଡା ଏ ନେଇ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଦୀର୍ଘ ଏକ ମାସ ପରେ ଆଜି ଶେରଗଡ଼ ପୋଲିସ ଦ୍ୱାରା ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମର ସାଗର ଓରଫ ପିଣ୍ଟୁ ସାହୁ (୨୮) ଓ ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ସ୍ଥିତ ଡେରା ସାହିର ଉମା ଶଙ୍କର ଶତପଥୀ(୩୨) ନାମକ ଦୁଇ ଜଣଙ୍କୁ ଗିରଫ କରି ସେମାଙ୍କଠାରୁ ଏକ ବାଙ୍କପାତ୍ରୀ ଜବତ କରିଛି, ଏ ନେଇ ଶେରଗଡ଼ ଥାନାଧିକାରିଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଦିନକୁ ଦିନ ଶେରଗଡ଼ ଅଞ୍ଚଳରେରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ କଳାପ ମାତ୍ରା ବଢ଼ିବାରେ ଲାଗିଛି ଯାହାଦ୍ୱାରା ଶେରଗଡ଼ ପୋଲିସକୁ ଏକ ଚ୍ୟାଲେଞ୍ଜ ମୂଳକ ପରିସ୍ଥିତି ସୃଷ୍ଟି କରିଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି ।
ଶେରଗଡ଼ : ଅଖିଳ କୁମାର ପଟ୍ଟନାୟକ


