Friday, November 13, 2026
Home ଆଞ୍ଚଳିକ ଚନ୍ଦ୍ରପୁର ସିଆରପିଏଫ କ୍ୟାମ୍ପ ପରିସରରେ ଜଗନ୍ନାଥ ମୂର୍ତ୍ତି ସ୍ଥାପନ

ଚନ୍ଦ୍ରପୁର ସିଆରପିଏଫ କ୍ୟାମ୍ପ ପରିସରରେ ଜଗନ୍ନାଥ ମୂର୍ତ୍ତି ସ୍ଥାପନ

6

ଚନ୍ଦ୍ରପୁର -୨୨/୮(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପାହାଡପର୍ବତ ଘେରା ସବୁଜିମା ପରିବେଶ ମଧ୍ୟରେ ଥିବା ସିଆରପିଏଫ କ୍ୟାମ୍ପ ପରିସର ଶ୍ରୀମନ୍ଦିରରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ବିଗ୍ରହ ବୈଦିକ ରିତିନୀତି ଅନୁସାରେ ସ୍ଥାପନ କରାଯାଇଛି।ପଣ୍ଡିତ ଶ୍ୟାମସୁନ୍ଦର ଦାସଙ୍କ ବୈଦିକ ମନ୍ତ୍ରଚାରଣ ଓ ନିର୍ଦ୍ଧିଷ୍ଟ ଶୁଭ ବେଳାରେ ପ୍ରଭୁଙ୍କ ବିଗ୍ରହର ସ୍ଥାପନା ସମୟରେ କମାଣ୍ଡେଣ୍ଡ ନରେନ୍ଦ୍ର ସିଂ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଡ ବିଜୟ ଆନନ୍ଦ ସ୍ୱରୂପ ସିଆରପିଏଫ ଇନିସସ୍ପେକ୍ଟର ଶ୍ରୀ ରାଧାମୋହନ ବ୍ରହ୍ମାଏବଂ D/8 ବାଟାଲିୟନ ସିଆରପିଏଫ ଯବାନ ମାନେ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତିର ଅର୍ଘ୍ୟ ଅର୍ପଣ କରିଥିଲେ।ସିଆରପିଏଫ କ୍ୟାମ୍ପ କିଛି ସମୟ ପାଇଁ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ ହୋଇ ଉଠିଥିଲା।ଜୟ ଜଗନ୍ନାଥ ଧ୍ୱନୀ ଓ ଧୂପ,ଦୀପ ନୈବେଦ୍ୟର ଶୁବାସରେ ସମଗ୍ର ଅଂଚଳ ଜଗନ୍ନାଥମୟ ହୋଇ ଯାଇଥିଲା।ଭକ୍ତି ସହିତ ଶକ୍ତିର ଅପୂର୍ବ ମିଳନ ଯେପରି ଯବାନ ମାନଙ୍କୁ ଆହୁରି କ୍ରିୟାଶୀଳ ଏବଂ କାର୍ତ୍ତବ୍ୟମୁଖର କରିଦେଉଥିଲା।ଚନ୍ଦ୍ରପୁର ଭଳି ଏକ ଦୁର୍ଗମ ଅଂଚଳରେ ବନବାସୀ ମାନଙ୍କ ପରମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯବାନମାନେ ମନ୍ଦିରରେ ପ୍ରତିଷ୍ଠିତ କରିଥିବାରୁ ସଭିଙ୍କ ମନରେ ଆନନ୍ଦ ଖେଳିଯାଇଛି।
ରିପୋର୍ଟ: ଚନ୍ଦ୍ରପୁର ରୁ କୈଳାସ ମାଳବିଶୋଇ