
ହିଞ୍ଜିଳିକାଟୁ,୨୨/୦୮(ଜ଼ିଲ୍ଲାଖବର ):
ହିଁଞିଳିକାଟୁ ବ୍ଲକ ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଅଦ୍ୟ ସକଳ ୮.୩୦ ମିନଟ ସମୟରେ କଳସ ଯାତ୍ରା ହେଲା ଏଥିରେ ଗ୍ରାମ ରୁ ଶ୍ରଦ୍ଧାଳୁ ମହିଳା ମାନେ ଯୋଗ ଦେଇ ବଡ଼ ସାହି,କଂସାରି ସାହି,ରଙ୍ଗୁଣୀ ସାହି ପରିକ୍ରମା କରିଥିଲେ।
ଦଶସ୍ନାନ କାର୍ଯ୍ୟକ୍ରମ ଦକ୍ଷିଣ କାଳୀ ପୁରୁଣା ମନ୍ଦିର ପୋଖରୀ ଠାରେ ମହିଳା ଓ ପୁରୁଷ ସମସ୍ତେ ମିଳିମିଶି କରିଥିଲେ।ଜଂଘ୍ୟପବିତ୍ର (ପଇତା) ପରିବର୍ତ୍ତନ କରି ପିତୃପୁରୁଷଙ୍କୁ ତର୍ପଣ କରିଥିଲେ।ତାପରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରି ତ୍ରିନାଥ ସେଠୀ,ଶ୍ରି ଧନୁଧର ସେଠୀ,, ଶ୍ରୀ ଗୋପାଳକୃଷ୍ଣ ଦାସ,ସନାତନ ଜେନା, ନବୀନ ଚନ୍ଦ୍ର ସାହୁ,ତୁମ୍ବନାଥ ସାହୁ, ରୋହିତ ସାହୁ ,ରାଜେନ୍ଦ୍ର ସାହୁ, ଶ୍ରୀମତି ସୁନୀତା ସାହୁ, କସ୍ତୁରୀ ସାହୁ। ସହ ବହୁ ଗାୟତ୍ରୀ ପରିବାର ସଦସ୍ୟମାନେ ଏକତ୍ରିତ ହୋଇଥିଲେ।
ହିଞ୍ଜିଳିକାଟୁ ବ୍ଲକ ରୁ ରଜନୀ କାନ୍ତ ପାତ୍ର




