
ଆସିକା -୨୨/୦୮ (ଜିଲ୍ଲା ଖବର): ଶନିବାର ଦିନ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ଦ୍ଵାରା ସପ୍ତାହ ବ୍ୟାପୀ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ବାର କାଉନସିଲର ସମସ୍ତ ସଦସ୍ୟଙ୍କୁ ପରମପିତା ପରମାତ୍ମାଙ୍କ ସନ୍ଦେଶ ପ୍ରଦାନ କରିବା ସହିତ ପବିତ୍ର ରକ୍ଷା ସୂତ୍ର ବାନ୍ଧିଥିଲେ। ଏହି ଅବସରରେ ଆସିକା ବାରର ଉପ ସଭାପତି ଶିବ ଶଙ୍କର ପାତ୍ର ବରିଷ୍ଠ ଆଇନଜୀବୀ ରବି ପାତ୍ର, ଯଜ୍ଞେଶ୍ଵର ଆଚାରୀ, ସନ୍ତୋଷ ପାଣିଗ୍ରାହୀ, ଶିଶିର ନାୟକ, ଭରତେନ୍ଦୁ ନାୟକ, ବିଦେଶୀ ନାହାକ, ସୁଧାଂଶୁ ପାଣିଗ୍ରାହୀ ତଥା ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ତତ୍ ସହିତ ଆସିକା ଉପ କାରାଗାରର ଅଧୀକ୍ଷକ ଦିଲୀପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଆସିକା ଉପ କାରାଗାରରେ ୨୩୨ ଅନ୍ତେଃବାସୀଙ୍କୁ ପବିତ୍ର ରକ୍ଷାସୂତ୍ର ବାନ୍ଧିବା ଅବସରରେ ସହଜ ରାଜଯୋଗର ନିଶୁଳ୍କ ଅଭ୍ୟାସ କରିବା ପାଇଁ ଆହ୍ଵାନ କରିଥିଲେ। ଏଥିରେ କାରାଗାରର ସମସ୍ତ କର୍ମଚାରୀ ନିନିବାପ ସିହ୍ନ, କୃଷ୍ନମୂର୍ତ୍ତୀ ପାତ୍ର, ଫାର୍ମାସୀସ୍ଟ ଉମାକାନ୍ତ ସାହୁ, ସୀତାରାମ ପାତ୍ର, ଚିତ୍ତ ରଞ୍ଜନ ନାୟକ, ମହେନ୍ଦ୍ର ଦଲେଇ, ତ୍ରିଲୋଚନ ପାତ୍ର, ସୁବାଷ ଡାକୁଆ,ସୁବାଷ ଚନ୍ଦ୍ର ମଲ୍ଲିକ, କୃଷ୍ନ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପ୍ରଧାନ, ସୀମାଞ୍ଚଳ ବେହେରା, ମାମୀ କୁମାରୀ ବେହେରା ଓ ଶାନ୍ତିଲତା ମହାପାତ୍ର ସହଯୋଗ କରିଥିଲେ।




