
ଭଦ୍ରକ ,୨୨/୮(ଜିଲ୍ଲା ଖବର):
କୋଭିଡ ନିୟମ ଅନୁସାରେ ଆସନ୍ତା ୨୩ତାରିଖରେ ଖୋଲିବ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର । ୨୩ତାରିଖ ଠାରୁ ଭକ୍ତମାନେ ଦର୍ଶନ କରିପାରିବେ ଆଖଣ୍ଡଳମଣୀଙ୍କୁ । ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିଭଳି ସପ୍ତାହର ପ୍ରତ୍ୟେକ ଶନିବାର ମନ୍ଦିର ପରିସର ସାନିଟାଇଜ ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ । ତାହାସହ ଭକ୍ତମାନେ ନିଜ ସାଥିରେ ଭୋଗ ନେଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ନାମା ଜାରି କରିଛି ।



