
ଖୋର୍ଦ୍ଧା,୨୧/୮, (ଜିଲ୍ଲା ଖବର) : ଭୁବନେଶ୍ୱର ଆଇଆଇଟି ରେ ଉଦଘାଟିତ ହେଲା ନୂତନ ଷ୍ଟୁଡେଣ୍ଡ ଆମିନେଟ ଓ ଲେକ୍ଚର ହଲ କମ୍ପ୍ଲେକ୍ସ । ଯାହାର ନାମ ଋଷିକୂଲ୍ୟ ଓ ସପ୍ତଗିରି । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟୁଡେଣ୍ଡ ଆମିନେଟ ରେ ୮ ଶହ ବେଡ଼ ଥିବା ବେଳେ ଅତ୍ୟାଧୁନିକ ଲେକ୍ଚର ସେଣ୍ଟର୍ ଯାହାକି ସମସ୍ତ ଙ୍କ ପାଇଁ ଉପଯୋଗୀ ହେବ । ସେହିପରି ଦକ୍ଷତା ବିକାଶ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଆ ଭାଷାରେ କିପରି ଭୁବନେଶ୍ୱର ଆଇଆଇଟିରେ ଛାତ୍ରଛାତ୍ରୀ ପଢିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ ତାହା ସହ ଏହା ଏକବିଶଂ ଶତାଧୀର ନୂତନ ମନ୍ଦିର ବୋଲି କହିଛନ୍ତି । ସେହିପରି ଐତିହାସିକ ବରୁଣେଇ ପାଦଦେଶରେ ଏବଂ ଚିଲିକା କୂଳରେ ଭୁବନେଶ୍ୱର ଆଇଆଇଟି ଅବସ୍ଥିତ । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଆଇଆଇଟି ନିର୍ଦେଶକ ଆର ଭି ରାଜାକୁମାର ଏବଂ ଦକ୍ଷତା ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ରଞ୍ଜନ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



