Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ରେଳବାଇ ଷ୍ଟେସନ ରୁ ବିପୁଳ ଗଂଜେଇ ସହ ଜଣେ ଗିରଫ

ମୁନିଗୁଡା ରେଳବାଇ ଷ୍ଟେସନ ରୁ ବିପୁଳ ଗଂଜେଇ ସହ ଜଣେ ଗିରଫ

24

ମୁନିଗୁଡା,୨୧/୮(ଜିଲ୍ଲା ଖବର):
ମୁନିଗୁଡା ଅଂଚଳ କୌଣସ ବାଧା ବିଘ୍ନ କୁ ଆଡେଇ ଗଂଜେଇ ଚୋରା ଚାଲାଣ ର ଚରା ଭୂଇଁ ପାଲଟି ଥିବା ବେଳେ , ଆଜି ଗଂଜେଇ ମାଫିଆ ଜଣକ ସହ ୨୫ kg ୭00 ଗ୍ରାମ ଗଂଜେଇ ଜବତ କରିଛି , ସୂତ୍ର ରୁ ପ୍ରକାଶ ଯେ ମାଫିଆ ଜଣକ ମୁନିଗୁଡା ରେଳବାଇ ପ୍ଲାଟ ଫର୍ମ ରୁ ରାୟପୁର ଗଞ୍ଜେଇ ଚାଲାଣ ପାଇଁ ଟ୍ରେନ କୁ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ତାକୁ ଷ୍ଟେସନ ସୁରକ୍ଷା ବଳ iic ଶ୍ରୀ ଏମ.ଏମ ଜଗତାପ ନିଜ ଟିମ ସହିତ ତାକୁ କାବୁ କରି , ସ୍ଥାନୀୟ ତହସିଲଦାର ଶ୍ରୀ ଆଶିଷ ଗୌଡ଼ ଙ୍କୁ ଯୋଗାଯୋଗ କରି ତାଙ୍କ ଉପସ୍ଥିତି ରେ ମାଫିଆ ଓ ଗଂଜେଇ ର ଓଜନ କରି ମାଫିଆ କୁ ରେଳବାଇ ପୋଲିସ ଥାନା ରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ରିପୋର୍ଟ : ପ୍ରସନ୍ନ କୁମାର ପଣ୍ଡା