
ରାୟଗଡା-୨୦-୮(ଜିଲ୍ଲା ଖବର): ରାୟଗଡାରେ ଆଜି ପହଁଚି ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ । ହୀରାଖଣ୍ଡ ଟ୍ରେନ ଯୋଗେ ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପରେ ବିଜେପି କାର୍ଯ୍ୟକର୍ତା ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ସେ ସର୍କିଟ ହାଉସ ଠାରେ PMAY ଓ Ujala ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ । ପରେ ମନ୍ତ୍ରୀ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରିବା ପରେ ସେଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଛନ୍ତି । ମାଁଙ୍କ ଦର୍ଶନ ପରେ ସ୍ଥାନୀୟ ତେଜସ୍ୱି ହୋଟେଲରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବଙ୍କୁ ଦଳୀୟ ତଥା ରାୟଗଡାର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଖୁବ ଶୀଘ୍ର ଓଡିଶାରେ ରେଳ କ୍ଷେତ୍ରରେ ବିକାଶ ହେବ ଏବଂ, ଅଟକି ରହିଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରା ଜୀବ ବୋଲି କହିଥିଲେ । ମୋଦି ସରକାର ଓଡିଶାର ବିକାଶ ପାଇଁ ୭ ଟି ବିଭାଗର ଗୁରୁ ଦାଇତ୍ଵ ଦେଇଛନ୍ତି । ଆଗକୁ ଏଠି ବିକାଶର ରଥ ଗଡିବ ବୋଲି ସେ କହିଛନ୍ତି । ରାୟଗଡାରେ ୮ଘଣ୍ଟାର ରହଣି ମାଧରେ ତାଙ୍କୁ ଅନେକ ଲୋକ ଭେଟିଛନ୍ତି ଏବଂ ଅନେକ ଦାବି ମଧ୍ୟ ଦେଇଛନ୍ତି । ବିଶେଷ କରି ଥେରୁବାଲି- ଗୁଣପୁର , ରାୟଗଡାରେ ନୂତନ ଡିଅରଏମ ଅଫିସ , ଅନେକ ଟ୍ରେନ ଚଳାଚଳ ପାଇଁ ଦାବି ପାତ୍ର ପାଇଛି ଅତିଶୀଘ୍ର ଅନୁଧ୍ୟାନ କରି ପଦକ୍ଷେପ ନେବାପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଜିଲ୍ଲାରେ ଅନେକ ଅଞ୍ଚଳକୁ ମୋବାଇଲ ନେଟୱର୍କ ନଥିବାରୁ ସେ ଦିଗରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି । ପୂର୍ବ ଭାରତର ଉଦୟ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାର ଆଲୋକ ଓଡିଶା ରାଜ୍ୟରେ ପ୍ରକାଶିତ ହେବ । ଆଉ ଆଦିବାସୀ ଅଧୂଷିତ ଜିଲ୍ଲା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ କହିଛନ୍ତି । ବହୁ ପ୍ରତିକ୍ଷିତ ଗୁଣପୁର-ଥେରୁବାଲି ରେଳପଥ ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରାଯିବ । ଏହି ରେଳପଥ ପାଇଁ ପୂର୍ବରୁ ଡିଆରପି ପ୍ରସ୍ତୁତ ହୋଇଥିବା ଏବଂ ପର୍ଯ୍ୟାୟକ୍ରମେ କିଛି ଅନୁଦାନ ଆସିଥିବା ବେଳେ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ଗୁଣପୁର-ଥେରୁବାଲି ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ଖୋଦ୍ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡା ରେଳ ଡିଭିଜନ ପାଇଁ ନିର୍ମାଣ ହେଉଥିବା ବିଭିନ୍ନ କୋଠା ଓ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ପ୍ରସ୍ତାବିତ ସ୍ତଳକୁ ଯାଇ ତନଖି କରିଥିବା ବେଳେ ଡିଭିଜନ୍ କାର୍ଯ୍ୟାଳୟ ଯେପରି ଶୀଘ୍ର ଆରମ୍ଭ ହେବ ସେନେଇ ଦାୟିତ୍ବ ଦିଆଯିବ ବୋଲି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଅନ୍ୟପଟେ ଟେଲି ସେବା ପ୍ରଦାନରେ ରାୟଗଡା ଜିଲ୍ଲା ପଛୁଆ ଭାବେ ଗ୍ରହଣ କରାଯାଉଥିବା ବେଳେ ଜିଲ୍ଲାର ୬୯ଟି ପଞ୍ଚାୟତର ଶତାଧିକ ଦୁର୍ଗମ ଗ୍ରାମକୁ ଟେଲି ଯୋଗାଯୋଗ ନଥିବା ଯୋଗୁଁ ଜିଲ୍ଲାରେ ଆବଶ୍ୟକୀୟ ଟାୱାର୍ ନିର୍ମାଣ କରିବା ସହ ବିଭିନ୍ନ ସ୍ଥାନରେ ୱାଇଫାଇର ବ୍ୟବସ୍ଥା କରାଯିବ । ତେବେ ସୁପ୍ତ ଅବସ୍ଥାରେ ଥିବା ଭାରତୀୟ ସଂଞ୍ଚାର ନିଗମ ଧିରେ ଧିରେ ଅଣ୍ଟାସଳଖୁ ଥିବା ବେଳେ ଖୁବଶୀଘ୍ର ଜିଲ୍ଲାରେ ୪ଜି ବ୍ୟବସ୍ଥା ହେବ ବୋଲି ସେ ସୂଚନା ଦେଇଥିଲେ । ଦେବା ପରେ କେନ୍ଦ୍ର ରେଳମନ୍ତ୍ରୀ ଜନ ଆଶ୍ରିବାଦ ଯାତ୍ରାରେ ଯୋଗଦେଇ ସହର ପରିକ୍ରମା କରି ଦେଇ ସଡକ ପଠରେ କୋରାପୁଟ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଅବସରରେ ରେଳ ମନ୍ତ୍ରୀଙ୍କ ସମେତ BJP ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ଉପ ସଭାପତି ଭୃଗୁ ବକ୍ସି ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ନିଜର ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଗାମିଦିନରେ ରାୟଗଡା ଲୋକଙ୍କ ଦ୍ୱାରା ଦିଆଯାଇଥିବା ଦାବି ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ରିପୋର୍ଟ : ପ୍ରସନ୍ନ ପଣ୍ଡା






