
ବ୍ରହ୍ମପୁର, ୫/୧୧ (ଜିଲ୍ଲା ଖବର) : ଓଡିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଦୁନିଆହାଲଚାଲ ୟୁଟ୍ୟୁବ ଚ୍ୟାନେଲ ଡଜିଟାଲ ଷ୍ଟୁଡିଓକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ଃ . ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଉପସ୍ଥିତ ରହି ଏହି ଉଦଘାଟନରେ ଯୋଗଦାନ କରିଥିଲେ ।

ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ବିଗତ ଦିନ ମାନଙ୍କରେ ଜନସାଧରଣ ଯେକୌଣସି ସମ୍ବାଦ ପାଇବା ଦିଗରେ ଅନେକ ଅସୁବିଧାର ସମୁଖୀନ ହେଉଥିଲେ ଏବଂ ସେମାନଙ୍କ ନିକଟରେ ଖବର ପହଞ୍ଚିବାରେ ଅହେତୁକ ବିଳମ୍ବ ହେଉଥିଲା ।

ସମ୍ପ୍ରତି ୱେବ ମିଡ଼ିଆର ପ୍ରଚଳନ ଏବଂ ଏହା ସୁଦୂର ପ୍ରସାରି ହେଉଥିବା ହେତୁ ଆଜି ବିଶ୍ୱ ଦରବାରରେ ତାହାର ନୁଆଁ ପରିଚୟ ସୃଷ୍ଟି କରି ପାରିଛି । ଦୁନିଆହାଲଚାଲର ନିଉଜ୍ ର୍ପୋଟାଲ ପ୍ରସାରଣ ଫଳରେ ଏହା ନିଶ୍ଚିତ ରୂପେ ଜନମାନସରେ ଆଦୃତ ହୋଇପାରିବ । ଲୋକମାନେ ବ୍ୟବହାର କରୁଥିବା ମୋବାଇଲ ଆପରେ ଏହାକୁ ସହଜରେ ହାସଲ କରିପାରିବେ । ଏହି ଅଵସରରେ ଡ଼ଃ ଚ୍ୟାଉ ପଟନାୟକ ସ୍ଥାନୀୟ ଲୋକଙ୍କ ସମସ୍ୟା ଏବଂ ଦେଶ ବିଦେଶର ଖବର ସହିତ ସରକାରଙ୍କ ଖବର ଏବଂ ଜନହିତକର ଯୋଜନା ସମ୍ପର୍କରେ ଖୁବ ଶୀଘ୍ର ସ୍ୱଳ୍ପ ଅର୍ଥ ବିନିମୟରେ ଯଥାଶୀଘ୍ର ସୂଚନା ପାଇପାରିବେ ବୋଲି ମତ ଦେଇଥିଲେ ।

ଏକ ବର୍ଣ୍ଣାଢ୍ୟ ପରିବେଶରେ ମାନ୍ୟବର ବାଚସ୍ପତିଙ୍କୁ ଦୁନିଆହାଲଚାଲର ସମ୍ପାଦକ ରମେଶ ପାତ୍ର ପାଛୋଟି ଆଣିବା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ଦୁନିଆହାଲଚାଲର କର୍ମକର୍ତା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।




