Home ଆଞ୍ଚଳିକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁନ୍ଦରଗଡ଼ ଗସ୍ତ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁନ୍ଦରଗଡ଼ ଗସ୍ତ

9

ସୁନ୍ଦରଗଡ଼ -୨୦/୦୮(ଜିଲ୍ଲା ଖବର):
ପୂର୍ବ ନିର୍ଧାରିତ ସୁଚି ଅନୁଯାୟୀ ଆଜି ପ୍ରାତଃ ଘ.୮.୫0 ମିନିଟ ସମୟରେ ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର, ଉଚ୍ଚ ନ୍ୟାୟାଳୟ ଓଡିଶା, କଟକ ଆସି ସୁନ୍ଦରଗଡ଼ ଦୌରାଜଜ କୋର୍ଟ ପରିସରରେ ପହଞ୍ଚିଥିଲେ l କୋର୍ଟ ପରିସରରେ ପହଁଚିଲା ପରେ ତାଙ୍କୁ ଜ଼ିଲ୍ଲା ଓକିଲ ସଂଘ ସୁନ୍ଦରଗଡ଼ ତରଫରୁ ଜ଼ିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର, ଜ଼ିଲ୍ଲା ଓକିଲ ସଂଘ ସମ୍ପାଦକ ଶ୍ରୀ ଅଶୋକ କୁମାର ସ୍ୱାଇଁ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ସେଠାରୁ ସେ ଯାଇ ଜୁଡ଼ିସୀଆଲ ଅଫିସରମାନଙ୍କ ସହିତ ଆଲୋଚନା କରିଥିଲେ ଓ ସମୟ ୧୦.୩୦ ଘଟିକା ସମୟରେ ଜ଼ିଲ୍ଲା ଓକିଲ ସଂଘ ସଭାଗୃହ ରେ ଆସି ପହଞ୍ଚିଥିଲେ l ଜ଼ିଲ୍ଲା ଓକିଲ ସଂଘ ତରଫରୁ ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ ଓ ବରିଷ୍ଠ ଆଇନଜୀବି ଅଶୋକ କୁମାର ଦାସ ଉପଢୌକନ ପ୍ରଦାନ କରି ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧରଙ୍କୁ ସ୍ୱାଗତ ଜଣାଇଥିଲେ l
ଆଜିର ଏହି ସଭାକୁ ଜ଼ିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ଓ ଶେଷରେ ସମ୍ପାଦକ ଶ୍ରୀ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ଆଜିର ଏହି ସଭାର ର ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ତାଙ୍କ ବକ୍ତବ୍ୟରେ ନ୍ୟାୟିକ ବ୍ୟବସ୍ଥା କିପରି ଜନସାଧାରଣ ଙ୍କ ନିକଟରେ ସୁବିଧାରେ ପହଞ୍ଚାଇ ପାରିବା କିପରି ସୁବିଧା ରେ ନ୍ୟାୟ ପ୍ରଦାନ କରିପାରିବାଏବଂ ଇ-କୋର୍ଟ ସର୍ଭିସ ମାଧ୍ୟମରେ ଅଧିକରୁ ଅଧିକ ଜନସାଧାରଣ କିପରି ଉପକୃତ ହୋଇପାରିବେ ସେ ବିଷୟରେ ଜ଼ିଲ୍ଲା ଓକିଲ ସଂଘ ସଦସ୍ୟ ମାନଙ୍କୁ ବିସ୍ତୃତ ଭାବରେ କହିଥିଲେ l
ଆଜିର ଏହି କାର୍ଯ୍ୟକ୍ରମ ରେ ଉପସଭାପତି ନରେଶ କୁମାର ନାଏକ, ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ହାତୀ, କୋଷାଧକ୍ଷ ରବୀନ୍ଦ୍ର କୁମାର ମାଳି, ଏକଜ୍ୟୁଟିବ ବଡ଼ି ସଦସ୍ୟ ସତ୍ୟଜିତ ନାଏକ, ପ୍ରେମ କୁମାର, ଗୌତମ ହାତୀ, ସତ୍ୟଜିତ ପଣ୍ଡା, ୱେଲଫେର କମିଟି ସଦସ୍ୟ ରଘୁନାଥ ପଣ୍ଡା, ଅଞ୍ଜନା ସାହୁ ବରିଷ୍ଠ ଆଇନଜୀବି କମଳ ଲୋଚନ ସେନ,ପ୍ରସନ୍ନ ବେହେରା, ଯୁଗଳ କିଶୋର ଠାକୁର, କିଶୋର ନାଏକ,ଧର୍ମେଶ କୁମାର ପଟେଲ,ସୁରେନ୍ଦ୍ର ନାରାୟଣ ନାଏକ,ପ୍ରଦୀପ ମହାପାତ୍ର, ନିରଜ ସାମନ୍ତରାୟ, ଧର୍ମେନ୍ଦ୍ର ପଟେଲ, ପ୍ରଦୀପ ମହାନ୍ତି,ଦେବାଶିଷ ମିଶ୍ର,ପୁରୁଷୋତ୍ତମ ପଧାନ,ଅରୁଣ କୁମାର ପଟେଲ,ସୁନ୍ଦରଲାଲ ବେହେରା,ନନ୍ଦଲାଲ ପଟେଲ,ବୁଧଦେବ ନାଏକ, ଅଶୋକ ନାଏକ, ପ୍ରଭାତ ଚୌଧୁରୀ ,ଅରୁଣ ଯୋଶୀ,ବିକାଶ ନାଏକ, ଉମା ଶଙ୍କର ପଟେଲ,ସ୍ୱରାଜ ପଟେଲ,ମନୋଜ କୁମାର ମହାରଣା,ପ୍ରଣବ କୁମାର ସିଂ,ପ୍ରୀତିଶ ମିଶ୍ର,ତନ୍ମୟ ମହାପାତ୍ର,କେଶବ ରାଣା, ନରସିଂହ କିସାନ, ସଞ୍ଜୟ ମାଝୀ,ଗଜେନ୍ଦ୍ର ପାତ୍ର,ଯୋଗେନ୍ଦ୍ର ପାତ୍ର,ସୁଶାନ୍ତ କୁମାର ପାଣ୍ଡେ, ସୁଶାନ୍ତ ସେଠି, ବାଦଲ ଚୌଧୁରୀ, ବିଦ୍ୟୁତ ପଟେଲ, ସୁଧୀର ପଟେଲ,ଗଣେଶ ନାଏକ,ନିହାର ରଞ୍ଜନ ରଥ,ଦେବାଶିଷ ହୋତା,ପ୍ରତିମା ମିଶ୍ର,ପ୍ରଭାତୀ ଯୋଶୀ, କଳ୍ପନା ମାଈତି,ସୁପ୍ରଭା ପଟେଲ, ଉର୍ବଶୀ କର, ତନୁଜା ମହାନ୍ତି, କବିତା ମଞ୍ଜରୀ ହୋତା , ବାସନ୍ତୀ ବାରିକ, ଲଳିତା ବାରଲା,ଅଲିଭା ମହାପାତ୍ର,ଯାଜ୍ଞସେନୀ ନାଏକ, କଳ୍ପନା ମିଶ୍ର,ଅଭାମୟୀ ଖାଖା ,ତୃପ୍ତି ନାଏକ ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ l
ରିପୋର୍ଟ: ବିଶ୍ବରଂଜନ ହୋତା