
ରାୟଗଡା–୨୦–୮(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ଗ୍ରାମ ପଞ୍ଚାୟତର ପଞ୍ଚୁବାଇ ଗ୍ରାମରେ ଦେଖିବାକୁ ଜନନୀ ଯନ୍ତ୍ରଣା l ଗାଁ କୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ କୁ ଯାଇ ନପାରିବାରୁ ବାଧ୍ୟହୋଇ ଗର୍ଭବତୀ ମହିଳା ଦିର୍ଘ ୩କିମି ଚାଲି ଚାଲି ଆସି ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଲେ l ଗର୍ଭବତୀ ମହିଳା ଜଣକ ହେଲେ ପଞ୍ଚୁବାଇ ଗ୍ରାମର ପୁରୁଷତମ ଗୁଲୁଡାକା ଙ୍କ ସ୍ତ୍ରୀ କୁମାରି ସାରକା l କୁମାରୀଙ୍କ ଗର୍ଭ ଅଧିକ ଯନ୍ତ୍ରଣା ହେବାରୁ ସେହି ଅଞ୍ଚଳର ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଗାକୁ ଯିବା ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଗାରେ ପହଞ୍ଚି ପାରି ନଥିଲା ତେଣୁ ବାଧ୍ୟ ହୋଇ ଚାଲିବାକୁ ପଡିଥିଲା ଗର୍ଭବତୀ ମହିଳାଙ୍କୁ । ତିନି କିମି ରାସ୍ତା ଚାଲି ଆସିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଥିଲେ l ଇଏ ହେଉଛି ଆମ ରାୟଗଡା ଜିଲ୍ଲା ଏକ ଜନନୀ ସୁରକ୍ଷା ର ବ୍ୟବସ୍ଥା। କଣ କରୁଛନ୍ତି ଆମ ଜିଲ୍ଲା ପ୍ରଶାସନ।କଣ କରୁଛନ୍ତି ଆମ ବିଧାୟକ ଓ ମନ୍ତ୍ରୀ। କଣ କରୁଛନ୍ତି ଆମ ସ୍ଥାନୀୟ ପ୍ରଶାସନ। ଏହି ପରି ଘଟଣା ଆମ ରାୟଗଡା ଜିଲ୍ଲା ରେ ବାରମ୍ବାର ଘଡିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପର କାହିଁକି ହେଉ ନାହାନ୍ତି। କଣ ରାସ୍ତା ନାହିଁ ବୋଲି କଣ ସେମାନେ ଛୁଆ ଜନ୍ମ କରିପାରିବେ ନାହିଁ କି?? କଣ ସେମାନେ ମଣିଷ ନୁହନ୍ତି କି?? ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଅତି ତତ୍ପର ରହିବା ଉଚିତ୍। ଦେଖି ବାକୁ ବାକି ରହିଲା ଆମ ରାୟଗଡା ଜିଲ୍ଲା ରେ ଜନନୀ ଯନ୍ତ୍ରଣା ର ସୁରକ୍ଷା ର ବ୍ୟବସ୍ଥା କେବେ କରାଯିବ ତାହା ଦେଖିବାକୁ ବାକି ରହିଲା। ସୂଚନା ଯେ ସରକାର ଗ୍ରାମାଞ୍ଚଳ ରେ ଗୋମନାଗୋମନ ସୁବିଧା ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ବ୍ଲକ ଠାରୁ ମାତ୍ର ୧୦ ରୁ ୧୫ କିମି ଦୂରରେ ଥିବା ଗ୍ରାମକୁ ଭଲ ରାସ୍ତାଟିଏ ହୋଇପାରି ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ତିନି କିମି ଚାଲିବାକୁ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l
ରିପୋର୍ଟ : ପ୍ରସନ କୁମାର ପଣ୍ଡା


