Sunday, October 11, 2026
Home ଆଞ୍ଚଳିକ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ବାଲିଗୁଡା ରେ ଭିତ୍ତି ପ୍ରସ୍ତର ସ୍ଥାପନ...

କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ବାଲିଗୁଡା ରେ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ

8

ବାଲିଗୁଡ଼ା, ୨୦/୮(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଗସ୍ତରେ ଗତକାଲି ଆସି ସାଂସଦ ଡ଼ ଅଚ୍ୟୁତ ସାମନ୍ତ ବାଲିଗୁଡା ଠାରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଉଦ୍ଘାଟନ କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି | ଉକ୍ତ ବୈଠକରେ ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ, ବିଧାୟକ ଶ୍ରୀ ଚକ୍ରମଣୀ କହଁର, ବାଲିଗୁଡା NAC ର ପୂର୍ବତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ପୂର୍ବତନ ବିଧାୟକ ରାଜୀବ ପାତ୍ର,ତୁମୁଡିବନ୍ଧ ବ୍ଲକ ର ବ୍ଲକ ସଭାପତି ପ୍ରମୋଦ ମଲ୍ଲିକ ସମେତ ପଞ୍ଚାୟତର ସଭାପତି ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ | ଏହି ଅବସରରେ ସାଂସଦ ମିନିଷ୍ଟାଡିଅମ ଠାରେ ଓପେନ ଜିମ, ଏଲଇଡ଼ି ଭିଡ଼ିଓ କାନ୍ଥ, ବାଇପାସ ରାସ୍ତାରେ ଆଲୋକି କରଣ ବ୍ୟବସ୍ଥା ଓ ଶିଳାନ୍ୟାସ,କଲେଜ ଛକ ରେ ଓପେନ ଜିମ, ତ୍ରିବେଦୀ ପାର୍କ ପାଖରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା,NAC କାର୍ଯ୍ୟାଳୟ ସମୁଖରେ ବଜାର ଗୃହର ଭିତ୍ତିପ୍ରସ୍ତର ଉଦଘାଟନ କାରୀଥିଲେ |
ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବିଧାୟକ, ଉପ ଜିଲ୍ଲା ପାଳ ଡ଼ ଶୁଭଙ୍କର ମହାପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡ଼ିଓ ଜଗଦିଶ ଷଢଙ୍ଗୀ, ସମସ୍ତ ସାମ୍ବାଦିକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |

ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ