
ଅଜଗର ସର୍ପ ଉଦ୍ଧାର ଫୁଲବାଣୀ ରୁଜାଙ୍ଗୀ ଆମ୍ବ୍ରିତ ନଗରରେ ବାସ କରୁଥିବା ନାଗାର୍ଜୁନ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାର୍ଶ୍ୱ ରେ ଏକ 6 ଫୁଟ ର ଅଜଗର ସାପ ପଶି ଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି.ଲୋକନାଥ ରାଜୁ ଙ୍କୁ ଯୋଗାଯୋଗ କରିଥିଲେ ତତ୍କ୍ଷଣି ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଏବଂ ପ୍ରଶାନ୍ତ କୁମାର ସେନାପତି ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।
ରିପୋର୍ଟ : ଗୌର ପ୍ରସାଦ ଓ
ପ୍ରତାପ ଦିଗାଲ



