
ଜଟଣୀ, ୧୯/୮(ଜିଲ୍ଲା ଖବର) : ୧୮୩୯ ମସିହାରୁ ଅଗଷ୍ଟ ୧୯ତାରିଖକୁ ବିଶ୍ୱ ଫୋଟୋଗ୍ରାଫି ଦିବସ ଭାବେ ଗ୍ରହଣ କରାଯାଇଥିଲା |କୁହଯାଏ ଗୋଟିଏ ଫୋଟୋ ହଜାରେ ଶବ୍ଦ ସହିତ ସମାନ ତେବେ ସମ୍ପୂର୍ଣ ବିଷୟବସ୍ତୁକୁ ଫୋଟୋରେ କୟେଦ କରିବା ଲାଗି ପରଫେକ୍ଟ ଆଙ୍ଗେଲରେ ଫୋଟୋ ଉଠାଇବା ଏତେ ସହଜ ନୁହେଁ | କାରଣ ଫୋଟୋଗ୍ରାଫି ହେଉଛି ଏକ କଳା ଯାହାକୁ ସଂମ୍ମାନ ଦେବା ଲାଗି ବିଶ୍ଵବ୍ୟାପୀ ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ପାଳନ କରାଯାଉଛି ବିଶ୍ୱ ଫୋଟୋଗ୍ରାଫି ଦିବସ| ଏହି ଅବସରରେ ଜଟଣୀ ଫୋଟୋଗ୍ରାଫରସ ଗ୍ରୁପ ପକ୍ଷରୁ ସ୍ଥାନୀୟ ପାତ୍ରପଡା ସ୍ଥିତ ମା ଜଟିଆଣି ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି | ଏଥିସହିତ ନିକଟରେ ଅକାଳରେ ମୁତୃବରଣ କରିଥିବା ବିଶିଷ୍ଟ ଫୋଟୋଗ୍ରାଫର ସଞ୍ଜୟ ସନ୍ଧିବିଗ୍ରହଙ୍କ ଏକ ପାଇଁ ଶୋକସଭା ଆୟୋଜନ କରାଯିବ ସହ ବୃକ୍ଷରୋପଣ କରାଯାଇଥିଲା |ଫୋଟୋଗ୍ରାଫର ବ୍ରଜକିଶୋର ମହାପାତ୍ର ,ନବକିଶୋର ବାରିକ ,ସୀତାକାନ୍ତ ସାମନ୍ତରାୟ ,ଅସିତ ପଟନାୟକ ,ହରିହର ସ୍ୱାଇଁ ,ଚିତ୍ତରଞ୍ଜନ ପରିଡା ,ମୁନା ଜାଲୀ,ବିଶ୍ୱନାଥ ବେହେରା ,ଦୀନେଶ ରାଓ ,ରତିକାନ୍ତ ସ୍ୱାଇଁ ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ :- ସଞ୍ଜୀବ କୁମାର


