Friday, November 13, 2026
Home ଜିଲ୍ଲା ସ୍ଵାଧୀନତା ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ

ସ୍ଵାଧୀନତା ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ

23

ରାୟଗଡା-୧୯/୮(ଜିଲ୍ଲା ଖବର):
କୁଟ୍ରାଗଡ ପଞ୍ଚାୟତ ଠାରୁ ଟୁରିଗୁଡା ପଞ୍ଚାୟତ କୁ ସଂଯୋଗ ହୋଇଥିବା ରାସ୍ତା ବହୁବାର ଲୋକଙ୍କ ଅଭିଯୋଗ ପରେ ମଧ୍ୟ ଏଠି ନିରବ ପ୍ରଶାସନ। ଲୋକେ ଯାତାୟାତ କରିବାପାଇଁ ବହୁ ଅସୁବିଧାର ର ସମୁଖୀ ନ ହେବା କୁ ପଢୁଛନ୍ତି । ଶ୍ୱାଧିନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ। ସରକାରଙ୍କ ମାଳ ମାଳ ଯୋଜନା ଏଠି କି ପ୍ରକାର କାର୍ଯ୍ୟ ହେଉଛି ଟିକିଏ ନଜର ପକାନ୍ତୁ। ରୋଗ ଆକ୍ରାନ୍ତ ହେଲେ ୧୦୮ ଆମ୍ବୁଲାନ୍ସ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଇ ପାରୁ ନାହି। ଲୋକେ ଦିର୍ଘ ୨୫ କିଲୋମିଟର ଖଟିୟା ରେ ରୋଗି ଙ୍କୁ ବୁହି ମେଡିକାଲ ନେବା ଆଣିବା କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ମାଳ ମାଳ ଯୋଜନା କାହା ସ୍ବାର୍ଥ ପାଇଁ। ଏହି କୁଟୁରାଗଡ ଗ୍ରାମ ଠାରୁ କିଛି ବାଟ ଗଲାପରେ ଚନ୍ଦ୍ର ପୁର ବ୍କକ୍ ର ଠୁରିଗଡା ଗ୍ରାମ କୁ ଯୋଡ଼ି ହୋଇ ରହିଛି ଏହି ରାସ୍ତା ଟି। ସେହି ରାସ୍ତା ଟି କୁଟୁରାଗଡ ଗ୍ରାମ ପାୟତର ଠାରୁ କିଛି ବାଟ ଗଲାପରେ ସେହି ରାସ୍ତା ଟି ବିଷମକଟକ ବ୍କକ୍ ରେ ଯାଉଥିବା ବେଳେ ତାର ଆଉ କିଛି ବାଟ ଚନ୍ଦ୍ର ପୁର ବ୍କକ୍ ରେ ଯୋଡି ହୋଇଛି। ହେଲେ ଏ ପର୍ଯ୍ୟନ୍ତ ଜନ ସାଧାରଣ ମାନଙ୍କ ଯାତାୟତ ପାଇଁ କୈଣସି ସୁଫଳ ମିଳୁ ନଥିବା କ
ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ। ଏଠି କୈଣସି ଜିଲ୍ଲା ପ୍ରଶାସନ କିମ୍ବା କୈଣସି ରାଜ ନେତାଙ୍କ ଦୃଷ୍ଟି ପଢୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ମାନେ। ବାରମ୍ବାର କହିବା ପରେ ମଧ୍ୟ କୈଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଚଳିତ ପଚାୟତ ନିର୍ବାଚନ ମଧ୍ୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରାଗଲେ ଭୋଟ ବର୍ଯ୍ୟନ କରି ରାଜ ରାସ୍ତା କୁ ଉଲ୍ଲାଇବୁ ଚେତାବନୀ ଦେଇଛନ୍ତି ପଚାୟତ ବାସୀ ଏହି ସମ୍ପର୍କରେ ଆମେ ବିଷମକଟକ ଓ ଚନ୍ଦ୍ର ପୁର ବିଡ଼ିଓ କୁ ଯୋଗାଯୋଗ କରିବା ବାରୁ ଯୋଗାଯୋଗ ହୋଇ ପାରିଲା ନାହିଁ।
ରାୟଗଡା ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ