
ଆସିକା ୧୯/୦୮,(ଜିଲ୍ଲା ଖବର) :
ଗୁରୁବାର ଦିନ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ଦ୍ଵାରା ପରିଚାଳିତଅନ୍ୟ ଏକ ଶାଖା ବ୍ରହ୍ମାକୁମାରୀସ୍ ପାଠଶାଳା ବାଲିଶିରା ତରଫରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବାଲିଶିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବି ପି ଏମ୍ ସାଗରିକା ମିଶ୍ର ,ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, HDFC ବ୍ଯାଙ୍କର ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ନାୟକ ଓ ରାଜସ୍ୱ ନିରୀକ୍ଷକ ସୁନୀଲ କୁମାର ଗୌଡ ସମସ୍ତଙ୍କୁ ବାଲିଶିରା ପାଠଶାଳାର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ପରମାତ୍ମାଙ୍କ ସନ୍ଦେଶ ଦେବା ସହ ପବିତ୍ର ରକ୍ଷା ବନ୍ଧନର ବାସ୍ତବିକ ରହସ୍ୟ ବୁଝାଇବା ସହିତ ପରମାତ୍ମାଙ୍କ ରକ୍ଷାସୂତ୍ର ସମସ୍ତଙ୍କ ହାତରେ ବାନ୍ଧିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମାକୁମାର କୁଶଭାଇ, ଜଗା ଭାଇ ସହଯୋଗ କରିଥିଲେ।
ରିପୋର୍ଟ : କମଳେନ୍ଦୁ ହୋତା




