
ରାୟଗଡ-୧୯ /୮(ଜିଲ୍ଲା ଖବର): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମାଓ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଂଚଳ ର ଡାଙ୍ଗସରଡା ଠାରେ ଥିବା ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟ ରତ ପ୍ରଧାନ ଶିକ୍ଷୟତ୍ରୀ ମମତା ପ୍ରଧାନ ଙ୍କ ଦୁର୍ନୀତି ବିରୋଧରେ ଆଜି ତଦନ୍ତ ଆରମ୍ଭ ହୋଇଛି ।ସୂଚନା ଅନୁଯାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ପ୍ରଧାନ ଗତ ୨୦୧୭ ମସିହା ଡିସେମ୍ବର ୫ ତାରିଖରୁ ନିକଟସ୍ଥ ମଦୀଗୁଡା ପ୍ରଥମିକ ବିଦ୍ୟାଳୟ ରୁ ଡେପୁଟେସନ ରେ ଆସିବା ପରଠାରୁ ,ସେଠାରେ କାର୍ଯ୍ୟ ରତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦୁର୍ବ୍ୟବହାର ଦେଖାଇବା ,ଦୀର୍ଘ ଦୁଇ ବର୍ଷ ଧରି ମଧ୍ୟାନ ଭଜନ ଚାଉଳ କୁ ବାହାରେ ବିକ୍ରୀ କରିବା ଓଜଣେ ପ୍ରଧାନ ଶିକ୍ଷୟତ୍ରୀ କସ୍ତୁବା ଗାନ୍ଧୀ ଛାତ୍ରୀବାସ ,I,T,D,A ଛାତ୍ରୀବାସ, ପ୍ରାଇମେରୀ ଛାତ୍ର ବାସ ର ୩୦୫ ଜଣ ଛାତ୍ରୀ ଙ୍କ ଦାଇତ୍ୱ ରେ ରହି ଷ୍ଟାଇପେଣ୍ଡ ଟଙ୍କା କୁ ହେର ଫେର ହୋଇ ଥିବା ଗ୍ରାମ ବାସୀ ମାନେ ,ଜିଲ୍ଲା ପାଳ,D,E,O ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ D,E,O,ମୁନିଗୁଡା ବି,ଓ ,ଭି,ଭାସ୍କର ରାଓ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆଜି ତଦନ୍ତ ବେଳେ ଅଭିଯୋଗ କରିଥିବା, ନାୟବ ସରପଞ୍ଚ ସୁଲଚନା ପାତ୍ର, ସୁଧୀର ରଞ୍ଜନ ପିପଲି, କବିରାଜ ପାତ୍ର, ଇସ୍ପର ରାଓ ରବିନ୍ଦ୍ର ପ୍ରଧାନ, ଶ୍ରୀମତୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କବିରୁଦ୍ଧରେ ସମସ୍ତ ବିଷୟ ପ୍ରକାଶ କରିଥିଲେ।ଏହି ତଦନ୍ତ ବେଳେ ,A,B,O,ପୁର୍ଣଚନ୍ଦ୍ର ବେହେର,ଉମାକାନ୍ତ ମିଶଲ ଓ C,R,C,ନିରଂଜନ ପ୍ରଧାନ ଉପସ୍ଥିତ ଥିଲେ।ଘଟଣା ର ତଦନ୍ତ ପରେ ସମସ୍ତ ବିଷୟ ଡିଓ, ଓ ଜିଲ୍ଲା ପାଳ ଙ୍କୁ ଜଣା ଇବୁ ।ଶ୍ରୀମତୀ ମମତା ପ୍ରଧାନ ଉପରେ କାର୍ଯ୍ୟାନୁଷ୍ଠାନ ହେବବଲି ପ୍ରକାଶ କରିଛନ୍ତି ।
ରିପୋର୍ଟ : ପ୍ରସନ୍ନ କୁମାର ପଣ୍ଡା





