Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ଗସ୍ତ ରେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ ଜିଲ୍ଲା ଗସ୍ତ ରେ ସାଂସଦ ଡ. ଅଚ୍ୟୁତ ସାମନ୍ତ

13

ବାଲିଗୁଡା, ୧୯/୮,(ଜିଲ୍ଲା ଖବର):
କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୩ଦିନିଆ କନ୍ଧମାଳ ଗସ୍ତରେ ଆସି ପ୍ରଥମେ ଫୁଲବାଣୀ ମେଡିକାଲ କଲେଜର ଭିତ୍ତି ଭୂମି ଓ ନିର୍ମାଣର ଅଗ୍ରଗତି ଦେଖି ସେଠାରୁ ଟିକାବାଲି ବ୍ଲକର ପିକାରଡି ଗ୍ରାମ ପଞ୍ଚାୟତର ପଂଚାୟତ ଗୃହର ଉଦଘାଟନ କରିବାସହ କୋଭିଡ଼ ଗାଇଡ଼ଲାଇନ ମାନି ଏକ ସାଧାରଣ ସଭାରେ ଯୋଗଦେଇଥିଲେ ।ସେଠାରୁ ସେହି ପଞ୍ଚାୟତର କାମ୍ବାନାଜୁ, ଗସାଗୁଡା, ଓ ମକ ବିଦିଙ୍ଗିଆଠାରେ ଅଙ୍ଗନବାଡି ଗୃହର ଶୁଭ ଉଦଘାଟନ କରିଥିଲେ । ଏଥି ସହିତ ସାଂସଦଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ସାଂସଦଙ୍କ ସହ ଟିକାବାଲି ବ୍ଲକ ସଭାପତି ରୋଦନ ମଲିକ ମଧ୍ୟ ଉପସ୍ଥିତ ଥିଲେ l
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ