
ଜଟଣୀ ,୧୮/୮ ,(ଜିଲ୍ଲା ଖବର) : ଆଉ ଖୁବ୍ କମ୍ ସମୟ ବ୍ୟବଧାନ ମଧ୍ୟରେ ରାଜ୍ୟର ସମସ୍ତ ବ୍ଳକ, ଏନଏସିଏବଂମ୍ୟୁନିସିପାଲିଟି ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ଅଳ୍ପଦିନ ମଧ୍ୟରେ ପଞ୍ଚାୟତସ୍ତରୀୟ ନିର୍ବାଚିତପ୍ରତ୍ନିଧି ମାନଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଦୀର୍ଘଦିନ ହେବ ମ୍ୟୁନିିସିପାଲିଟିଏବଂଏନଏସିଗୁଡ଼ିକର କାର୍ଯ୍ୟାଳୟ ଶେଷ ହୋଇଯାଇଛି । ତେଣୁ ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର ଏବେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳିରେ ତତ୍ତ୍ପରତା ପ୍ରକାଶ ପାଇବା ସହ ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ଏବଂ ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଦଳୀୟ କର୍ମୀମାନଙ୍କୁ ଏକଜୁଟ କରି ତୃଣମୂଳସ୍ତରରେ ଯୁବ ଛାତ୍ର ଏବଂ ମହିଳା ବିଜେଡ଼ି କର୍ମୀମାନଙ୍କୁ ଏକଜୁଟ କରି ନିର୍ବାଚନ ଆସନ୍ନ ଦୃଷ୍ଟିରୁ ସମସ୍ତେ ଏକମନହୋଇ ବିଜେଡ଼ି ପାଇଁ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟକର୍ମୀମାନେ କିପରି ନିଜ ଦଳ ଏବଂମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାଭିମାନ ଦୃଷ୍ଟିରୁ କାର୍ଯ୍ୟ କରିବା ପାଇଁ ସକଳ୍ପ ବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଦୃଷ୍ଟିରୁ ବୁଧବାର ଦିନ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଖୋର୍ଦ୍ଧ, ଭୁବନେଶ୍ୱର ଏବଂ ଜଟଣୀ ବ୍ଲକ ଏବଂ ମ୍ୟୁନିସିପାଲିଟିର ଆଗଧାଡ଼ିର ନେତୃମଣ୍ଡଳୀକୁ ନେଇ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ଜଟଣୀ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୁତିବଳବନ୍ତରାୟଙ୍କ ପୌରହିତ୍ୟରେ ଜଟଣୀ ନିର୍ବାଚନ ମଣ୍ଡଳୀସ୍ତରୀୟ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସଭା ସଦସ୍ୟ ମୁନା ଖାଁ, ମୋ ଘର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବିଞ୍ଜାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ରବି କିଶୋର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଧ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ ବିଜେଡ଼ି ଉପଦେଷ୍ଟା ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନାଖି ମହାପାତ୍ର, ପ୍ରମୁଖ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାଚନ ଏବଂ ସହରାଞ୍ଚଳରେ ପୌର ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥନୀମାନେ କିପରି ବିଜୟ ଲାଭ କରିବେ ସେନେଇ ଲୋକମାନଙ୍କୁ ବୁଝାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରାୀ ରାଜ୍ୟବାସୀମାନଙ୍କ ପାଇଁ କରିଥିବା ଯୋଜନାଗୁଡ଼ିକ ସଫଳ ରୂପାୟନ ଏବଂ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ôଚପାରୁଛି କି ନାହିଁ ତାକୁ ତଦାରଖ କରିବା ସହ ପାଇନଥିବା ଲୋକମାନେ କିପରି ପାିପାରିବେ ସେଦିଗରେ କାର୍ଯ୍ୟ କରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି ବୈଂକରେ ଉପସ୍ଥିତ ଥିବା ସରପଞ୍ଚ, ସମିତି ସଭ୍ୟ, ଓ ୱାର୍ଡ଼ କାଉନସିଲର ନେତୃମଣ୍ଡଳି କାର୍ଯ୍ୟ କରିବାର ବିଭିନ୍ନ ଧାରା ଓ ଶୈଳୀ ଉପରେ ଗୁରୁମନ୍ତ ମାନ ପ୍ରଦାନ କରିଥିଳେ । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପାଇଁ ନିର୍ବାଚନି ବିଗୁଲ ବାଜିବା ଆରମ୍ଭ ହୋଇଛି । ଏହି ବୈଠକରେ ଦିଗ୍ଦର୍ଶନ ନେଇ ଦଳୀୟ ପଦାଧିକାରୀ ଓ କର୍ମୀମାନେ ନିର୍ବାଚନରେ କାର୍ଯ୍ୟ କରି ବିଜେଡ଼ି ଦଳୀୟ ପ୍ରାର୍ଥୀମାନନଙ୍କୁ ବହୁମତ ପ୍ରଦାନରେ ସହାୟକ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୀପକ ଜେନା, ଜଟଣୀ ବିଜେଡ଼ି ନଗର ସଭାପତି ଆଶୁତୋଶ ପ୍ରତାପ ସିଂହ, ସନ୍ତୋଷ ଜେନା, ପୂର୍ବତନ କାଉଁସିଲର ବିଜୟ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ସୁଦର୍ଶନ ସୁନ୍ଦରାୟ, ସମ୍ପାଦକ ଅନନ୍ତ ଶତପଥି, ପୂର୍ବତନ ସାଂସଦ ପ୍ରତିନିଧି ଶଶାଙ୍କ ଶେଖର ରାୟ ପୂର୍ବତନ ଉପାଧ୍ୟକ୍ଷା ଅନ୍ନପୂର୍ଣ୍ଣ ସାହୁ, ସୌମ୍ୟ ସୋମାଲିକା ରାୟ, ମହିଳା ନେତ୍ରୀ ଏନ୍ ସୀତାଙ୍କ ସମେତ ବହୁ ଯୁବ ଛାତ୍ର ମହିଳା ପଦାଧିକାରୀମାନେ ଉପସ୍ଥିତ ରହି ନିର୍ବାଚନ ରଣ କୌଶଳ ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି କାର୍ଯ୍ୟ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟରେ ଲଗାଇ ଦଳୀୟ ପାର୍ଥୀ ପ୍ରାର୍ଥୀନୀଙ୍କୁ ନିର୍ବାଚନ ଜିତାଇବାରେ ସହଯୋଗ କରିବେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



