
ବ୍ରହ୍ମପୁର (ଜିଲ୍ଲା ଖବର) : ନଭେମ୍ବର ମାସ ୮ ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ମହାନଗର ପୁସ୍ତକ ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ସ୍ଥାନୀୟ ଗୋଇଲୁଣ୍ଡି ଗୋକର୍ଣ୍ଣେଶ୍ୱର ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସଭାପତି ତଥା କବି ସୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାନଗର ପୁସ୍ତକ ମେଳା ୨୦୧୯ ରେ ପ୍ରତ୍ୟେକ ସଂଧ୍ୟାରେ ସାହିତ୍ୟ,ସଂସ୍କୃତି ତଥା ଶିକ୍ଷା ଓ ବୈଦିକ ଆଲୋଚନାର କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ପ୍ରତ୍ୟେକ ସଂଧ୍ୟାରେ ସଂଗୀତ ଓ ସାଂସ୍କୃତିକ ନୃତ୍ୟର ଆୟୋଜନ କରାଯାଇଛି। ବ୍ରହ୍ମପୁର ନୂପୁର ଅନୁଷ୍ଠାନ ଗୁରୁ କେଳୁଚରଣ କଳାତୀର୍ଥ,ଲିଆନା ଗ୍ରୁପ ଓ ସ୍ଵାତୀଶ୍ରୀ ପଣ୍ଡା ଓ ମାନସ ରଞ୍ଜନ ରଥଙ୍କୁ ଗ୍ରୁପ ନୃତ୍ୟ ପରିବେଷଣ କରିବା ର କାର୍ଯ୍ୟକ୍ରମ ସହ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରିବେ। ଏଥିରେ ଓଡିଶା ଓ ଓଡିଶା ବାହାରୁ ବହୁ ପ୍ରକାଶକ ପୁସ୍ତକ ବିକ୍ରେତା ଯୋଗଦେବେ ବିଦ୍ୟାପୁରୀ ଅଗ୍ରଦୂତ, ଷ୍ଟୁଡେଣ୍ଟଷ୍ଟୋର,ରାଧାନାଥ,ସାରଳା, ବିବେକ ଲ ଏଜେନ୍ସୀ ସାହିତ୍ୟ ଏକାଡେମୀ,ନବନୀତ ମୁମ୍ବାଇ ଭଳି ଖ୍ୟାତି ସଂପନ୍ନ ପ୍ରକାଶକ ମାନେ ଯୋଗ ଦେବା ସହ ଶିକ୍ଷା ଅନୁଷ୍ଠାନ, ଧର୍ମ ଅନୁଷ୍ଠାନ କମ୍ପ୍ୟୁଟର ସଂସ୍ଥା ପ୍ରଭୃତି ଯୋଗଦାନ କରିବେ । ବିଭିନ୍ନ ଦିବସରେ ଶ୍ରୀଯୁକ୍ତ ଗୌର ପଟ୍ଟନାୟକ କବି ଧନଞ୍ଜୟ ସ୍ୱାଇଁ, ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର, ଚନ୍ଦ୍ରଶେଖର ହୋତା ମନୋଜ ପଟ୍ଟନାୟକ,ଦିଲ୍ଲୀପ ବେହେରା, ମଞ୍ଜୁଳା ହୋତା, ସୁଦାମ ବିଷୋୟୀ, ସୁଦୀପ ସାହୁ, ଅନୁରାଧା ସାହୁ, ସରୋଜ କୁମାର ନନ୍ଦ, ସରୋଜ ଦାସ ଡ଼. ପ୍ରଭାତୀ ମହାପାତ୍ର ପ୍ରମୁଖ ବିଭିନ୍ନ ବିଭାଗ ପାଇଁ ସମ୍ବର୍ଦ୍ଧିତ ହେବେ ଏହି ସାମ୍ବାଦିକ ସମ୍ମିଳନୀରେ କପିଳ ଚନ୍ଦ୍ର ମହାନ୍ତି, ଅଜିତ୍ କୁମାର ସାବତ, ବାଲ୍ମୀକି ମହାପାତ୍ର, ନିହାର ରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ନରେଶ କୁମାର ବେହେରା,ସତ୍ୟମ ଆଚାରୀ,ସପ୍ତମିତା ଦାସ,ସୁଧାଞ୍ଜଳୀ ମିଶ୍ର, ସୁବ୍ରତ ଦାସ, କୈଳାସ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ । ଏବଂ ଏହି ପୁସ୍ତକ ମେଳାରେ ଏକଶତ ଷ୍ଟଲ୍ ର ଆୟୋଜନ କରାଯାଇଛି ।



