
ଶେରଗଡ଼,୧୭/୮(ଜିଲ୍ଲା ଖବର) : ହାଇଟେକ ହୋଇଛି ସ୍କୁଲ , ସ୍ମାର୍ଟ ହୋଇଛି କ୍ଲାସ, ଡିଜିଟାଲ, ଅଡିଓ, ଭିଡିଓ, ଏଣ୍ଟରନେଟ ମାଧ୍ୟମରେ ପିଲାଏ ପଢିବେ ପାଠ, ଆଉ ସରକାରୀ ସ୍କୁଲ କୁ ମୁହଁ ମୋଡ଼ିବେନି ଅଭିଵାବକ | ଭିତିଭୂମିର ରହିବନି ଅଭାବ | ଶିକ୍ଷା ବିଭାଗ 5ଟି ରେ ଯୋଡିହେଲାପରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଯାଇଛି ଡେ୍ମୋ, ଯଥା, ସ୍ମାର୍ଟ କ୍ଲାସରୁମ, ଇଲାଇବ୍ରେରୀ, ଆଧୁନିକ ବିଜ୍ଞାନ ପ୍ରୟୋଗ ଶାଳା, ଡିଜିଟାଲ ମାଧ୍ୟମରେ ପାଠ ପଢା, ଉର୍ନତ ମାନର ଖେଳ ପଡିଆ, ସୁନ୍ଦର ବଗିଚା, ଗାଲିଚା,5ଟି ସଚିବ ଶ୍ରୀ vଭି, କାର୍ତ୍ତିକେୟ ପାଣ୍ଡିଆନ ଦୁଇ ଦିନିଆ ଗ୍ରସ୍ତରେ ଆସି ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକର ସମସ୍ତ ପଚାଶ ହାଇସ୍କୁଲ ରେ ହୋଇଥିବା ସ୍ମାର୍ଟକ୍ଲାସ ପରିଦର୍ଶନ କରିଵା ଶହ ସମସ୍ତ ବିଷୟ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ଏବଂ ସମସ୍ତ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ |ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଏସ ପି, ବ୍ରିଜେଶ ରାୟ, ଉପଜିଲ୍ଲାପାଳ, ବିଡ଼ିଓ ଶ୍ରୀ ସମ୍ଭୁନାଥ ନନ୍ଦୀ, ପୋଲସରା ବିଡ଼ିଓ ଶ୍ରୀ ସୁରଞ୍ଜନ ସାହୁ, ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଆଇ ଆଇ ସି, ବିଇଓ ବ୍ଲକ ର ସମସ୍ତ ଅଧକାରୀ ଉପସ୍ଥିତ ଥିଲେ |
ଶେରଗଡ଼, ଅଖିଳ କୁମାର ପଟ୍ଟନାୟକ


