
ଆସିକା, ୧୭/୮(ଜିଲ୍ଲା ଖବର) : ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ତରଫରୁ ସପ୍ତାହବ୍ୟାପୀ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ଦ୍ଵାରା ଆରମ୍ଭ ହୋଇଯାଇଛି। ଚଳିତ ମାସ ତା-୧୫ ରିଖ ରବିବାର ଦିନ ନାହାଡା,ଆମ୍ବପୁଆ ଠାରୁ ଆରମ୍ଭ ହୋଇ କମାଶାସନ, ହାତୀଓଟ ଇତ୍ୟାଦି ସ୍ଥାନରେ ଏହି ପର୍ବ ପାଳନ କରି ସାରିବା ପରେ ଆଜି ଆସିକା ଷ୍ଟେଟବ୍ଯାଙ୍କ, ବ୍ଲକ କାର୍ଯ୍ୟାଳୟ , ତହସିଲ୍ କାର୍ଯ୍ୟାଳୟରେ ରକ୍ଷାସୂତ୍ର ବାନ୍ଧିବା ପରେ ଆସିକା ରାମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆସିକା ଠେଲାଗାଡି ଶ୍ରମିକ ସଂଘର ସମସ୍ତ ସଦସ୍ୟ ବୃନ୍ଦଙ୍କୁ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପରମାତ୍ମାଙ୍କ ସନ୍ଦେଶ ପ୍ରଦାନ କରିବା ସହ ପବିତ୍ର ରକ୍ଷା ବନ୍ଧନର ରକ୍ଷାସୂତ୍ର ବାନ୍ଧିଥିଲେ। ଏଥିରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ, ସୁମିତ୍ରା ଭଉଣୀ, ଭାଗ୍ୟ ଭଉଣୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରମିକ ସଂଘର ସମ୍ପାଦକ ବିଷ୍ନୁ ପୋଲେଇ ଓ ସୁରୀ ଭାଇ, ପ୍ରେମା ରେଡ୍ଡି, ରବି ରେଡ୍ଡି, ଇନ୍ଦ୍ର ବେହେରା, ଗଙ୍ଗା ରେଡ୍ଡି, ବାପୁନି ବେହେରା, ଜଗା ଭାଇ ତଥା ଶ୍ରମିକ ସଂଘର ଶତାଧିକ ଭାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ରାଜଯୋଗି ବ୍ରହ୍ମାକୁମାର ସତ୍ୟପ୍ରିୟ ଭାଇ ପରିଚାଳନା କରିଥିଲେ। ଶେଷରେ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ଧନ୍ୟବାଦ ଦେଇଥିଲେ।


