Sunday, November 15, 2026
Home ଆଞ୍ଚଳିକ ଖଲ୍ଲିକୋଟ ରେ ମେଗା ସମନ୍ୱୟ ମେଳା ,୫୮୭ SHG ଙ୍କୁ ୧୬ କୋଟି ୮୭ ଲକ୍ଷ...

ଖଲ୍ଲିକୋଟ ରେ ମେଗା ସମନ୍ୱୟ ମେଳା ,୫୮୭ SHG ଙ୍କୁ ୧୬ କୋଟି ୮୭ ଲକ୍ଷ ସୁଧମୁକ୍ତ ଋଣ ପ୍ରଦାନ

29

ଖଲ୍ଲିକୋଟ,୧୭/୮(ଜିଲ୍ଲା ଖବର) : ଖଲ୍ଲିକୋଟ ବ୍ଲକ ତରଫରୁ ମର୍ଦ୍ଧରାଜ କଲ୍ୟାଣ ମଣ୍ଡପ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଏକ ମେଗା ସମନ୍ୱୟ ମେଳା ଓ ବ୍ୟାଙ୍କ ଲିଂକେଜ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିତାଲି ପାତ୍ର , ବ୍ଲକ ଅଧକ୍ଷା ମିନାକ୍ଷୀ ସାହୁ , ବିଧାୟିକାଂକ ପ୍ରତିନିଧି ଦୈତାରୀ ବେହେରା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା , ସିଡିପିଓ ଅଂଶୁପା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳାମାନେ ଋଣ ନେଉଥିବା ଅର୍ଥ ସଦବିନିଯୋଗ କରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ | ଏ ଅବସରରେ ବ୍ଲକ ଅଧକ୍ଷା ଶ୍ରୀମତୀ ସାହୁ ଆଗାମୀ ପଂଚାୟତ ନିର୍ବାଚନରେ ମହିଳା ଗୋଷ୍ଠୀ ମାନେ ନବୀନ ବାବୁଙ୍କ ହାତ ମୁଠା ଟାଣ କରିବା ପାଇଁ କରିଥିବା ବେଳେ ବିଧ|ୟିକା ପ୍ରତିନିଧି ଶ୍ରୀ ବେହେରା ନବୀନ ସରକାର ଲୋକଙ୍କ ପାଇଁ ଅଗଣିତ ଯୋଜନା କରିବା ସହ ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୁଗାନ୍ତକାରୀ ବୋଲି ପ୍ରକାଶ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବ୍ଲକ BPM ବିମଲ କୁମାର ରାୟଗୁରୁ ଓ ବିପିସି ଦୀପିକା ସେଠି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ DPCA ସୁରେଶ କୁମାର ଦାଶ , DLC ମମତା ବେହେରା, କାଞ୍ଚନ ବାଳ| ନାୟକ ,ମିନତୀ ନାୟକ ଓ ୮ ଜଣ ବ୍ୟାଙ୍କ ମିତ୍ର ସମେତ ଇଣ୍ଡିଆନ ବ୍ୟାଙ୍କ ଖଲ୍ଲିକୋଟ , SBI ଖଲ୍ଲିକୋଟ , HDFC , IOB , ଇଣ୍ଡିଆନ ବ୍ୟାଙ୍କ ପଥରା , UGB ଖଲ୍ଲିକୋଟ , kanheipur ପ୍ରମୁଖ ବ୍ଲକ ର ୨୯ ଗୋଟି ପଂଚାୟତର ୫୮୭ ମହିଳା ଗୋଷ୍ଠୀଙ୍କୁ ୧୬ କୋଟି ୮୭ ଲକ୍ଷ ୪୦ ହଜାର ଟଙ୍କା ସୁଧମୁକ୍ତ ଋଣ ପ୍ରଦାନ କରିଥିଲେ |