
ବେଲଗୁଣ୍ଠା-୧୭/୮(ଜିଲ୍ଲା ଖବର)ବେଲଗୁଣ୍ଠା ପ୍ରେସ୍ କ୍ଳବରେ ୭୫ତମ ସ୍ୱାଧିନତା ଦିବସ ପାଳନ କରାଯାଇଅଛି ।ଏହି ଅବସରରେ ପ୍ରେସ୍ କ୍ଳବର ସଭାପତି ପ୍ରଦ୍ୟୁମ୍ନ ପାତ୍ର ପତାକା ଉତ୍ତୋଳନ କରିଥିଲେ ।ସ୍ୱାଧୀନତା ଦିବସ ପରି ପବିତ୍ର ଦିନରେ ସମାଜର କଲ୍ୟାଣ ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବର ଜାରି ରହିଥିବା କାର୍ଯ୍ୟକ୍ରମକୁ ନେଇ ଆଲୋକପାତ କରିବା ସହିତ ସଙ୍ଘୀୟ ଏକତାକୁ ଗୁରୁତ୍ୱ ଦେଇଥିଲେ ।ତତ୍ ସଙ୍ଗେ ସଙ୍ଗେ ମହାପୁରୁଷ ମାନଙ୍କୁ ମନେପକାଇ ସେମାନଙ୍କ ବଳିଦାନ ପାଇଁ ଆମେ ଆଜି ସ୍ୱାଧିନ ବୋଲି ଉଦବୋଧନ ଦେଇଥିଲେ ।ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତଥା ଯୁବ ସଙ୍ଗଠକ ଦିବ୍ୟ ରଞ୍ଜନ ଦାସ ଓ ସକାଳ ଖବରକାଗଜର ଦକ୍ଷିଣ ଓଡିଶା ବିଜ୍ଞାପନ ମୁଖ୍ୟ ଦିପକ କୁମାର ପଣ୍ଡା,
ବେଲଗୁଣ୍ଠା ଏନ୍.ଏ.ସି ଆବାସ ଯୋଜନା ସଂଯୋଜକ ମଙ୍ଗୁଳୁ ମୁନୀ ଯୋଗ ଦେଇଥିବା ବେଳେ ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସହ-ସମ୍ପାଦକ ସରୋଜ କୁମାର ଶତପଥୀ,ଉପଦେଷ୍ଟା ସୁଶାନ୍ତ କୁମାର ବେହେରା ଓ ଚନ୍ଦନ କୁମାର ସାହୁ, ବେଲଗୁଣ୍ଠା ବିଜେଡି ଡିଜିଟାଲ ସମ୍ପାଦକ ତଥା ସଭ୍ୟ ଶିବ ପ୍ରସାଦ ମହାପାତ୍ର, ବାଳକୃଷ୍ଣ ପାତ୍ର,ସଚିନ୍ ପୁରୋହିତ, ଶିବରାମ ଚୌଧୁରୀ, ବିରୁପାକ୍ଷ ପାତ୍ର,ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ,ଶିବରାମ ଚୌଧୁରୀ


