Wednesday, July 22, 2026
Home Uncategorized ନ୍ୟାସନାଲ ଇନଷ୍ଟ୍ୟଟ ଆଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଠ) ୭୫ତମ ସ୍ବାଧୀନତା ଦିବସ ପାଳନ

ନ୍ୟାସନାଲ ଇନଷ୍ଟ୍ୟଟ ଆଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଠ) ୭୫ତମ ସ୍ବାଧୀନତା ଦିବସ ପାଳନ

64

ବ୍ରହ୍ମପୁର,୧୬/ ୮(ଜିଲ୍ଲା ଖବର) : ବୈସୟିକ ଘୋରଇ ଶିକ୍ଷା ଅନୁଷ୍ଠାନ କ୍ଷେତ୍ର ରେ ସାରା ରାଜ୍ୟ ରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଥିବା ନେସ୍ନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଠ) ରେ ୭୫ ତମ ସ୍ଵାଧୀନତା ଦିବସ ପାଳନ ହୋଇଛି l ଗୋଳନ୍ଥରା ସ୍ଥିତ ନିଷ୍ଠ କଲେଜ ର ଚେୟାରମ୍ୟାନ ଡ ସୁକାନ୍ତ କେ ମହାପାତ୍ର ପତକା ଉତ୍ତୋଳନ କରିଥିଲେ l
ଆୟାଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ରେଜିଷ୍ଟର କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଆଡମିନ ଅଫିସର ଧୀରେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଭାବେ ଯୋଗ ଦେଇଥିଲେ l ସେହିପରି କାର୍ଯ୍ୟକ୍ରମ ରେ ଏମବିଏ ବିଭାଗ ହେଚ ଓ ଡି ଅକାଂକ୍ଷା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହିଥିଲେ l ଆଇ ଟି ଟିମ୍ ମୁଖ୍ୟ ପିତାମ୍ବର ସାହୁ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିବା ବେଳେ ନିଷ୍ଠ କଲେଜ ର ଫଟୋଗ୍ରାଫି କ୍ଲବ,ପି ହେଚ ଡି, ସିଭିଲ, ମେକାନିକାଲ, ଏମସିଏ, ଏମଏସ ସି, ଆଡ଼ମିସନ୍ ବିଭାଗ ସମେତ ଅନୁଷ୍ଠାନ ର ସମସ୍ତ ବିଭାଗ ର ମୂଖ୍ଯ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।