
ବାଲିଗୁଡ଼ା, 15/08 {ସୁକାନ୍ତ କୁମାର ତ୍ରିପାଠ} : ସିନ୍ଦିଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ 75 ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହ ଉତ୍ସବ ରେ ଡାକ୍ତର ଅରବିନ୍ଦ ଖୁଣ୍ଟିଆ ଅଭିବାଦନ ଗ୍ରହଣ କରି ପତାକା ଉତ୍ତୋଳନ କରିବା ସହିତ ସମସ୍ତ କର୍ମଚାରୀ ମାନଙ୍କୁ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବାକୁ ଉପଦେଶ ଦେଇଥିଲେ |ଏହି ଅବସରରେ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଓ ଗ୍ରାମର କିଛି ଅତିଥି ବୃନ୍ଦ ଉପସ୍ଥିତ ଥିଲେ | ପତାକା ଉତ୍ତୋଳନ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା |



