Wednesday, October 14, 2026
Home ଆଞ୍ଚଳିକ ଅଂଶୁମାନ୍ ପ୍ରିୟଦର୍ଶନ ହେଲେ ୟୁଥ୍ ଫର୍ ଏକ୍ସନ୍ ଟିମର କନ୍ଧମାଳ ସଭାପତି

ଅଂଶୁମାନ୍ ପ୍ରିୟଦର୍ଶନ ହେଲେ ୟୁଥ୍ ଫର୍ ଏକ୍ସନ୍ ଟିମର କନ୍ଧମାଳ ସଭାପତି

36

କନ୍ଧମାଳ,16/08 {ସୁକାନ୍ତ କୁମାର ତ୍ରିପାଠ} : କନ୍ଧମାଳ:ରାଜ୍ଯରେ ଅବହେଳିତ ବର୍ଗଙ୍କୁ ମୁଖ୍ଯସ୍ରୋତ ସହ ଯୋଡିବା ତଥା ସମାଜର ଦୁଃଖୀ ଲୋକଙ୍କ ଆର୍ଥିକ ବିକାଶ ଓ ବେସାହାରା ଲୋକମାନଙ୍କୁ ସାହାର୍ଯ୍ଯର ହାତ ବଢାଇବା ପାଇଁ ଓଡି଼ଶାର ଯୁବକମାନଙ୍କୁ ନେଇଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରରେ ଗଠନ ହୋଇଥିବା ସାମାଜିକ ସଂଗଠନ ୟୁଥ୍ ଫର୍ ଏକ୍ସନ ଟିମର ପ୍ରଥମ ବୈଠକରେ 24 ଜଣଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ପ୍ରଦାନ କପାଯାଇଛି Iସେହି କ୍ରମରେ କନ୍ଧମାଳ ଜିଲ୍ଲା ପାଇଁ ଯୁବ ସଂଗଠନ ଅଂଶୁମାନ୍ ପ୍ରିୟଦର୍ଶନଙ୍କୁ ମନୋନୀତ କରାଯାଇଛି I ସେହିପରି ସାନନ୍ଦ ମେହେରଙ୍କୁ ରାଜ୍ଯର ଉପସଭାପତି ପଦରେ ଦାୟିତ୍ବ ନ୍ଯସ୍ତ କରାଯାଇଛି ସେହିପରି ସାନନ୍ଦ ମେହେରଙ୍କୁ ରାଜ୍ଯର ଉପସଭାପତି ପଦରେ ଦାୟିତ୍ବ ନ୍ଯସ୍ତ କରାଯାଇଛି I ରାଜ୍ଯ ସଂଯୋଜକ ଦେବାଶିଷ ନାୟକ ଓ ସହ ସଂଯୋଜକ ସୁଜିତ୍ ସିଂ ଙ୍କ ଉପସ୍ଥିତିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମନୋନୀତ ସମସ୍ତ ଜିଲ୍ଲାର ସଭାପତିମାନଙ୍କୁ ସଂବର୍ଦ୍ଧିତ କରି ଦାୟିତ୍ବ ଅର୍ପଣ କରିଛନ୍ତି I