
ଖୋର୍ଦ୍ଧା,୧୬/୮(ଜିଲ୍ଲା ଖବର) : ଦେଶ 75ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହ ମାହୋଲ ରହିଛି। ଖୋର୍ଦ୍ଧା ରେ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀ ମୃତ୍ଯୁବରଣ କରିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ । ରବିବାର ସକାଳ ସାଢେ 7ଟା ରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖମ୍ଭୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲ କୁ ଆଣିଥିଲେ। ସେଠାରେ ଡାକ୍ତର ଗ୍ରାମରକ୍ଷୀ ଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳ ଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।
ରୀପୋର୍ଟ , ସଞ୍ଜୀବ କୁମାର



