Sunday, November 15, 2026
Home ଆଞ୍ଚଳିକ ଜଟଣୀର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

ଜଟଣୀର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

121

ଜଟଣୀ,୧୬/୮(ଜିଲ୍ଲା ଖବର) : ଜଟଣୀର ବିଭିନ୍ନ ଅଂଚଳରେ ରବିବାର ୭୫ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ ସ୍ଥିତ ରେଲୱେ ଷ୍ଟାଡିୟମ୍ ଠାରେ, ଖୋର୍ଦ୍ଧା ରୋଡ ରେଳ ରେଳ ମଣ୍ଡଳ ଦ୍ୱାରା ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଜାତୀୟ ପତାକା ଉତ୍ତୋଳନ କରି ଆରପିଏଫ ଏବଂ ସ୍କାଉଟ୍ସ ଏବଂ ଗାଇଡର ପ୍ଲାଟୁନଙ୍କ ଠାରୁ ଗାର୍ଡ ଅଫ୍ ଅନର ନେଇଥିଲେ। ଦୁଇଟି ଆରପିଏଫ୍ ପ୍ଲାଟୁନ୍ ( ଗୋଟିଏ ମହିଳା ଏବଂ ଗୋଟିଏ ପୁରୁଷ ପ୍ଲାଟୁନ୍) ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ଏକ ପ୍ଲାଟୁନ୍, ଖୋର୍ଦ୍ଧା ରୋଡ ଏବଂ ବ୍ୟାଣ୍ଡ ଦଳ ଅଂଶଗ୍ରହଣ କରିଥିଲେ । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ରିଙ୍କେଶ ରୟ ଏହି ଡିଭିଜନକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷରେ ମଣ୍ଡଳ ର ସଫଳତାକୁ ଏବଂ କୋଭିଡ-୧୯ ମହାମାରୀ ସମୟରେ ମଣ୍ଡଳ ଦ୍ୱାରା ନିଆଯାଇଥିବା ପ୍ରୟାସକୁ ମଧ୍ୟ ମୂଲ୍ୟାଙ୍କନ କରିଥିଲେ । ମହାମାରୀ ସମୟରେ ଟ୍ରେନ୍ ଅପରେସନରେ ଦିନରାତି କାମ କରୁଥିବା ସମସ୍ତ ଆଗଧାଡିର କର୍ମଚାରୀଙ୍କୁ ଡିଆରଏମ୍ ପ୍ରଶଂସା କରିଥିଲେ। ଚଳିତ ଆର୍ଥିକ ବର୍ଷରେ ୨୦୨୧-୨୦୨୨ ମସିହାରେ ଭାରତୀୟ ରେଳବାଇରେ ମାଲ ପରିବହନରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଶୀର୍ଷ ସ୍ଥାନରେ ରହିଛି ବୋଲି ମଣ୍ଡଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେ ପ୍ରଶଂସା କରିଛନ୍ତି ।କଠିନ ପରିଶ୍ରମ ଏବଂ ଦିନରାତି ସେବା ପାଇଁ ମଣ୍ଡଳ ର ସମସ୍ତ ବିଭାଗକୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଣ୍ଡଳର ଅତିରିକ୍ତ ରେଳ ପ୍ରବନ୍ଧକ(ଓପି) ଶ୍ରୀ ଅଶୋକ କୁମାର ଏବଂ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧାରୋଡ ର, ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ରୟ, ଏବଂ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରମକୁ ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ । ସେହିପରି ଜଟଣୀର ତହସିଲ କାର୍ଯ୍ୟାଳୟଠାରେ ତହସିଲଦାର ତପନ କୁମାର ମହାପାତ୍ରଙ୍କ ଆତିଥ୍ୟରେ ପତାକା ଉତୋଳନ କରାଯାଇଥିବା ବେଳେ ଜଟଣୀ ବ୍ଲକ କାର୍ଯ୍ୟାଳୟରେ ବିଡିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟର ଆୟୋଜିତ ହୋଇଥିଲା । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟକ୍ଷଙ୍କ ଆତିଥ୍ୟରେ ପତାକା ଉତୋଳନ କରାଯାଇଥିଲା । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି ଭୂବନେଶ୍ୱରର ଜଟଣୀ କ୍ୟାମ୍ପସରେ ଏହି ଦିବସ ପାଳନ ହୋଇଥିଲା । ଏଥିରେ ମୂଖ୍ୟ ଅତିଥୀଭାବେ ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆରଭି ରାଜାକୁମାର ଯୋଗଦେଇ ପତାକା ଉତୋଳନ କରିଥିବା ବେଳେ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ନାଇସର ପରିସରରେ ମଧ୍ୟ ଅନୁରୁପଭାବେ ନିର୍ଦ୍ଧେଶକଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା ।

ରୀପୋର୍ଟ ,ସଞ୍ଜୀବ କୁମାର