
ଜଟଣୀ,୧୬/୮(ଜିଲ୍ଲା ଖବୄର) : ଜଟଣୀସ୍ଥିତ ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗୋଷ୍ଠୀ ନିଦାନ କେନ୍ଦ୍ରର ବର୍ହିବିଭାଗ ଉଦ୍ଘାଟନୀ ଉତ୍ସବ ସୋମବାର ଦିବା ୧୨.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ସୁଲଭ ମୂଲ୍ୟରେ ସେବା ଯୋଗାଇ ଦେବାର ଲକ୍ଷ ନେଇ ନିର୍ମାଣ ହୋଇଥିବା ଏହି ବର୍ହିବିଭାଗ ଉଦ୍ଘାଟନୀ ଉତ୍ସବରେ ଯେଏନୟୁ,ଦିଲ୍ଲୀ ର ଅନୁସନ୍ଧାନ ବୈଜ୍ଞାନିକ ଡାକ୍ତର ଗୌତମ ପଟ୍ଟନାୟକ, ମୁନସିପାଲିଟି ଚିକିତ୍ସାଳୟ ଏବଂ କଳିଙ୍ଗ ଚିକିତ୍ସାଳୟର ପୂର୍ବତନ ନିଦାନବିତ ଏବଂ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଡି.ପି ରଥ ,ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଚିକିତ୍ସକ ଡାକ୍ତର ଜିତେନ୍ଦ୍ର କୁମାର ପଣ୍ଡା, ସ୍ଥାନୀୟ ଜାମୁକୋଳି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଜୋତିର୍ମୟୀ ଛୋଟରାୟ, କୁସୁମାଟି ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସୁନୀଲ କୁମାର ରାଉତରାୟ ଏବଂ ଯାଆଁଳା ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୋଷ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ। ଏହି ନିଦାନ କେନ୍ଦ୍ରରେ ରକ୍ତ, ମଳ, ମୂତ୍ର ଓ ଚକ୍ଷୁ ପରୀକ୍ଷା ର ସୁବିଧା ଉପଲବ୍ଧ ହେବା ସହିତ ବରିଷ୍ଠ ଚିକିତ୍ସକ ମାନଙ୍କର ପରାମର୍ଶ ମିଳିପାରିବ। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଅନ୍ୟ ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେବା ସହିତ କୋଭିଡ-୧୯ ର ସମସ୍ତ ନିର୍ଦେଶବଳୀ ମଧ୍ୟରେ ଏହାକୁ ସଫଳତାର ସହିତ ସମ୍ପାଦନ କରିପାରିଥିବାରୁ ନିର୍ଦେଶକ ପ୍ରଫେସର ସୁନୀଲ କୁମାର ଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହିତ ଜଟଣୀ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ କାର୍ୟ୍ୟାଳୟ, ବିଦ୍ୟାଳୟ ଓ ଗ୍ରାମରେ ସ୍କୁଲ ଅଫ ପାରାମେଡିକସ ଏଣ୍ଡ ଆଲାଏଡ଼ ସାଇନ୍ସ ର ଛାତ୍ରଛାତ୍ରୀ ଓ ଗୋଷ୍ଠୀ ନିଦାନ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀଙ୍କ ସହାୟତାରେ ବିଭିନ୍ନ ସାମାଜିକ ସେବା ଶିବିର ଯଥା ମଧୁମେହ, ରକ୍ତହୀନତା, ଅପପୁଷ୍ଟି, ଚକ୍ଷୁ ପରୀକ୍ଷା, ଆଦିର ଲକ୍ଷ ଧାର୍ୟ୍ୟ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଓ ଜନସାଧାରଣଙ୍କୁ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ୟା ବିଷୟରେ ଅବଗତ କରାଯିବ ବୋଲି ନିର୍ଦ୍ଦେଶକ ପ୍ରଫେସର ଝା ମତବ୍ୟକ୍ତ କରିଛନ୍ତି । ସ୍କୁଲ ଅଫ ପାରାମେଡିକସ ଏଣ୍ଡ ଆଲାଏଡ଼ ହେଲଥ ସାଇନ୍ସ ର ଏହି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ରୀପୋର୍ଟ , ସଞ୍ଜୀବ କୁମାର


