Saturday, November 14, 2026
Home ଆଞ୍ଚଳିକ ତିନି ଚୋର ସହ 10,000ଟଙ୍କା ଏବଂ40ଗ୍ରାମର ସୁନା ହାର ଜବତ

ତିନି ଚୋର ସହ 10,000ଟଙ୍କା ଏବଂ40ଗ୍ରାମର ସୁନା ହାର ଜବତ

28

ହିଞ୍ଜିଳିକାଟୁ,୧୪/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଧିନସ୍ଥ ମକରଝୋଳ ଗ୍ରାମ ରେ ପି ଦୁଷ୍ମନ୍ତ ଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ୩ ଜଣ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋରଙ୍କଠାରୁ 10000ଟଙ୍କା ଏବଂ 40ଗ୍ରାମର ଜବତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ 16ତାରିଖ ମଧ୍ୟ ରାତ୍ରରେ ମକରଝୋଳ ସ୍ଥିତ ପି ଦୁଷ୍ମନ୍ତ (ବାପା-ପି ପୁରୋଷୋତ୍ତମ)ଙ୍କ ବାସଭବନରେ ସମସ୍ତେ ଶୋଇଥିବା ଅବସ୍ଥାରେ ଥିଲାବେଳେ ଘରର କବାଟ ଭାଙ୍ଗି ଚୋରି ହୋଇଥିଲା ।ତାପରଦିନ ପି ଦୁଷ୍ମନ୍ତ ଏନେଇ ହିଂଜିଳି ଥାନାରେ ଏତଲା ଦେବାପରେ ପୋଲିସ କେସ୍ ନଂ176/22ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୋଲିସ ଜଗଦଲପୁର ଗ୍ରାମର ଆର ବିପ୍ର,ଟି ଶିବ ଏବଂ ସୋମପୁର ଗ୍ରାମର ଆର ରବି କୁଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ହିଂଜିଲିକାଟୁ ଭାରପ୍ରାପ୍ତ ଅଧିକାରୀ ଅଭୀମନ୍ୟୁ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଚୋରଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି ।ହିଂଜିଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭୀମନ୍ୟୁ ଦାସଙ୍କ ନେତୃତ୍ୟରେ କନେଷ୍ଟେବଲ ବସନ୍ତ ଉପାଧେୟ,ଜିତେନ୍ଦ୍ର ଗଉଡ଼, କେଦାର ନାୟକ,ରାଜା ପ୍ରମୁଖ ଏକ ଟିମ ଯାଇ ଚୋର ମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।