
ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ “ସ୍ଵଚ୍ଛତା ପକ୍ଷୱାଡ଼ା” ଆରମ୍ଭ

ହିଞ୍ଜିଳିକାଟୁ,୧୪/୮(ଜିଲ୍ଲା ଖବର) : ” ଏକ କଦମ୍ ସ୍ଵଚ୍ଛତା କୀ ଔର ” ସନ୍ଦେଶ କୁ ନେଇ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ “ସ୍ଵଚ୍ଛତା ପକ୍ଷୱାଡ଼ା” ଆରମ୍ଭ ହୋଇଯାଇଛି।
କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା ଡ଼ଃ ସ୍ୱସ୍ତିକା ପାଢ଼ୀ ଓ ଯୁକ୍ତଦୁଇ ର ଅଧ୍ୟକ୍ଷ ପ୍ରାଧ୍ୟାପକ ମାନସ ମୋହନ ବଳିଆର ସିଂ ଯୋଗ ଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ “ସଫାଇ”ଓ “ସ୍ବଚ୍ଛତା” ର ଆବଶ୍ୟକତା କୁ ବୁଝେଇବା ସହ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ପ୍ରଧାନ, ଅଧ୍ୟାପକ ବିଦ୍ୟାଧର ସେଠୀ, ଅଧ୍ୟାପିକା ସାଇ ଲକ୍ଷ୍ମୀ ଅମ୍ବାତି ଏବଂ ଛାତ୍ର ସ୍ବେଛାସେବୀ ଏନ୍.ନିଳମାଧବ ପାତ୍ର ପ୍ରମୁଖ ମହାବିଦ୍ୟାଳୟ ର ଚତୁଃପାର୍ଶ୍ଵ ରେ ଥିବା ଅନାବନା ତୃଣ, ଅଳିଆ ଆବର୍ଜନା ସଫା ସହ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଆଦି ସଂଗ୍ରହ କରାଯାଇଥିଲା। ଏବଂ ଏଥିରେ ସକ୍ରିୟ ନାଗରିକ ତଥା ସ୍ବେଛାସେବୀ ଏନ୍. ନିଳମାଧବ ପାତ୍ର ଙ୍କ ପ୍ରଚେଷ୍ଟା ରେ ବହୁ ଏନ୍ ଏସ ଏସ ଛାତ୍ରଛାତ୍ରୀ ସ୍ବେଛାସେବୀ ପାୟଲ ବେହେରା , ଅଳକା, ମନିଷା,ସୁନୀତା, ସୁଭସ୍ମିତା, ବି.ଇନ୍ଦୁ,ସୁରଜ୍,ଦିନେଶ, ପ୍ରିତମ୍ ଓ ଅମର ମୁନି ପ୍ରଭୂତି ଯୋଗ ଦେଇ ସହଯୋଗ କରିବା ସହ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଶ୍ରୀ ପ୍ରଧାନ , ଶ୍ରୀ ସେଠୀ ଓ ଏନ୍. ପାତ୍ର ପରିଚାଳନା କରିବା ସହ ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ଅମ୍ବାତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।” ଏକ କଦମ୍ ସ୍ଵଚ୍ଛତା କୀ ଔର ” ସନ୍ଦେଶ କୁ ନେଇ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ “ସ୍ଵଚ୍ଛତା ପକ୍ଷୱାଡ଼ା” ଆରମ୍ଭ ହୋଇଯାଇଛି।
କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା ଡ଼ଃ ସ୍ୱସ୍ତିକା ପାଢ଼ୀ ଓ ଯୁକ୍ତଦୁଇ ର ଅଧ୍ୟକ୍ଷ ପ୍ରାଧ୍ୟାପକ ମାନସ ମୋହନ ବଳିଆର ସିଂ ଯୋଗ ଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ “ସଫାଇ”ଓ “ସ୍ବଚ୍ଛତା” ର ଆବଶ୍ୟକତା କୁ ବୁଝେଇବା ସହ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ପ୍ରଧାନ, ଅଧ୍ୟାପକ ବିଦ୍ୟାଧର ସେଠୀ, ଅଧ୍ୟାପିକା ସାଇ ଲକ୍ଷ୍ମୀ ଅମ୍ବାତି ଏବଂ ଛାତ୍ର ସ୍ବେଛାସେବୀ ଏନ୍.ନିଳମାଧବ ପାତ୍ର ପ୍ରମୁଖ ମହାବିଦ୍ୟାଳୟ ର ଚତୁଃପାର୍ଶ୍ଵ ରେ ଥିବା ଅନାବନା ତୃଣ, ଅଳିଆ ଆବର୍ଜନା ସଫା ସହ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଆଦି ସଂଗ୍ରହ କରାଯାଇଥିଲା। ଏବଂ ଏଥିରେ ସକ୍ରିୟ ନାଗରିକ ତଥା ସ୍ବେଛାସେବୀ ଏନ୍. ନିଳମାଧବ ପାତ୍ର ଙ୍କ ପ୍ରଚେଷ୍ଟା ରେ ବହୁ ଏନ୍ ଏସ ଏସ ଛାତ୍ରଛାତ୍ରୀ ସ୍ବେଛାସେବୀ ପାୟଲ ବେହେରା , ଅଳକା, ମନିଷା,ସୁନୀତା, ସୁଭସ୍ମିତା, ବି.ଇନ୍ଦୁ,ସୁରଜ୍,ଦିନେଶ, ପ୍ରିତମ୍ ଓ ଅମର ମୁନି ପ୍ରଭୂତି ଯୋଗ ଦେଇ ସହଯୋଗ କରିବା ସହ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଶ୍ରୀ ପ୍ରଧାନ , ଶ୍ରୀ ସେଠୀ ଓ ଏନ୍. ପାତ୍ର ପରିଚାଳନା କରିବା ସହ ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ଅମ୍ବାତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।


