
ହିଞ୍ଜିଳିକାଟୁ,୧୪/୮(ଜିଲ୍ଲା ଖବର) : ସରକାରଙ୍କ ଗୃହ ଏବଂ ସହରୀ ବିକାଶ ବିଭାଗର ନିର୍ଦେଶ କ୍ରମେ ହିଂଜିଲିକାଟୁ ମୁନିସିପାଲଟି ଶନିବାର ଠାରୁ ତ୍ବରାନ୍ବିତ ହୋଇଛି ଏହି ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ। ମୁନିସିପାଲଟିର କାର୍ଯ୍ୟନିବାହି ଅଧିକାରୀ ଡ଼ ମନୋରଞ୍ଜନ ସାହୁଙ୍କ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏଣିକି ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ ଏପରି ଇ-ବର୍ଯ୍ୟବସ୍ତୁ ସଂଗ୍ରହ କରିବେ ସଫେଇବାଲା।ଆଗାମୀ ଦିନରେ ମୁନିସିପଲଟିର ସମସ୍ତ ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ। ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନଫୋପାଡି ହିଂଜିଲିକାଟୁ ପୌରପରିଷଦର ସଫେଇ ଗାଡ଼ିରେ ଦେବାକୁ ମଧ୍ୟ ସଚେତନତା କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁଯାୟୀ କେତେକ ଇ-ବର୍ଯ୍ୟବସ୍ତୁରେ ଟକ୍ସିକ୍ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ରହିଛି, ଯାହାକି ପ୍ରଜନନ କ୍ଷମତା ହ୍ରାସ, ଚର୍ମ ସଂକ୍ରମଣ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦାର୍ଥକୁ ବୈଜ୍ଞାନିକ ପଦ୍ଧତିରେ ପୃଥକୀକରଣ କରିବାର ଆବଶ୍ୟକତା ରହିଛି। ଏହାକୁ ସଂଗ୍ରହ କରି ନିକଟସ୍ଥ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଗଚ୍ଛିତ କରାଯିବ। ଏହାପରେ ପ୍ରଦୂଷଣ ବୋର୍ଡ (Pollution Board) ପକ୍ଷରୁ ଏହାକୁ ନେଇ ପରବର୍ତ୍ତୀ ପ୍ରକ୍ରିୟାକରଣ କରାଯିବ।ପୌରପରିସଦ ସଫେଇ କାର୍ଯ୍ୟ ର ଭିନ୍ନ ଭିନ୍ନ କୌଶଳ କୁ ସ୍ତାନୀୟ ବାସିନ୍ଦା ଭୂରି ଭୂରି ପ୍ରଶଂସା କରି ଛନ୍ତି।






