
ଗୁଣପୁର,୧୪/୮(ଜିଲ୍ଲା ଖବର) : ସମଗ୍ର ଭାରତବର୍ଷରେ ଅଗଷ୍ଟ 1 ରୁ 15 *ସ୍ବଚ୍ଛତା ପକ୍ଷ* ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ, ଆଜି ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନମ୍ବର ଏକ, ଦୁଇ ଏବଂ ତିନି ତରଫରୁ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ହାଉସିଂବୋର୍ଡ କଲୋନୀ, ବନ୍ଧୁଗୁଡ଼ା ଆଦି ପୋଷ୍ଯଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ତଥା ମହାବିଦ୍ୟାଳୟରେ କାମ କରୁଥିବା ଶ୍ରମିକମାନଙ୍କୁ ଫେସ୍ ମାସ୍କ ବଣ୍ଟନ କରାଯାଇଥିଲା । ଏହା ସହିତ ସଫାସୁତୁରା ରହିବାର ଆବଶ୍ୟକତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ପରେ ଅନୁଷ୍ଠାନ ପରିସର ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜକୁ ତଥା ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏକ ଶପଥ ପାଠ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଜାତୀୟ ସେବା ଯୋଜନାର ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ତଥା ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର ପ୍ରାସଙ୍ଗିକତା ସଂପର୍କରେ ବୁଝାଇଥିଲେ । ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ତଥା ଅଧ୍ୟାପିକା ସୁଶ୍ରୀ ଦେବୀଶ୍ରୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହା ସହିତ ‘ସ୍ବଚ୍ଛତା ପଖୱାଡା’ ନାମରେ ଏକ ଅନଲାଇନ୍ ଗ୍ରୁପ୍ ଗଠନକରି ସ୍ବଚ୍ଛତା ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ଳୋଗାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା ।
ରିପୋର୍ଟ, ରାମନାଥ ମହାନ୍ତି ।



